ଅଲ୍‌ ଶିଫା ହସ୍ପିଟାଲ ଖାଲିହେଲା

ଖାନ୍‌ ୟୁନିସ୍‌,୧୯।୧୧: ଇସ୍ରାଏଲ୍‌ ସୈନ୍ୟଙ୍କ ଦଖଲରେ ଥିବା ଗାଜାର ସର୍ବବୃହତ୍‌ ହସ୍ପିଟାଲ ଅଲ୍‌-ଶିଫାରୁ ରୋଗୀ, ମେଡିକାଲ କର୍ମଚାରୀ ଓ ସେଠାରେ ଆଶ୍ରୟ ନେଇଥିବା ଲୋକମାନେ ପଳାୟନ କରିଛନ୍ତି। ଘଣ୍ଟାଏ ମଧ୍ୟରେ ହସ୍ପିଟାଲ ଖାଲି କରିବାକୁ ଇସ୍ରାଏଲ୍‌ ସେନା ପକ୍ଷରୁ କୁହାଯାଇଥିଲା ବୋଲି ପାଲେଷ୍ଟିନୀୟ ଅଧିକାରୀମାନେ କହୁଥିବାବେଳେ ଏହାକୁ ଜେରୁଜେଲମ୍‌ ଖଣ୍ଡନ କରିଛି। ଶନିବାର ସକାଳେ ଇସ୍ରାଏଲ୍‌ ସେନା ହସ୍ପିଟାଲ ଖାଲି କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲା ବୋଲି ସ୍ବାସ୍ଥ୍ୟ ଅଧିକାରୀମାନେ କହିଛନ୍ତି। ତେବେ ଯେଉଁମାନେ ହସ୍ପିଟାଲ ଛାଡ଼ିବାକୁ ଆଶା କରୁଛନ୍ତି ସେମାନଙ୍କୁ ନିରାପଦରେ ପଳାଇଯିବା ପାଇଁ ସୁଯୋଗ ଦିଆଯାଇଥିଲା ବୋଲି ସେନା କହିଛି। ସେଠାରେ ଗୁରୁତର ରୋଗୀଙ୍କଠାରୁ ଆରମ୍ଭ କରି ହଜାର ହଜାର ଲୋକ ରହିଥିଲେ।
ଗାଜା ଷ୍ଟ୍ରିପ୍‌ରେ ଦୀର୍ଘଦିନ ଟେଲି ଯୋଗାଯୋଗ ବନ୍ଦ ରହିବା ପରେ ଶନିବାର ଇଣ୍ଟରନେଟ୍‌ ଓ ଫୋନ୍‌ ସେବା ଆଂଶିକ କାର୍ଯ୍ୟକ୍ଷମ ହୋଇଛି। ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବାରୁ ଗାଜାକୁ ମାନବୀୟ ସହାୟତା ପହଞ୍ଚାଇବା ବନ୍ଦ ହୋଇଯାଇଥିଲା। ପୂର୍ବରୁ ଗାଜାର ସାଧାରଣ ନାଗରିକମାନଙ୍କୁ ଉତ୍ତର ଗାଜା ଛାଡ଼ି ପଳାଇଯିବାକୁ ଇସ୍ରାଏଲ୍‌ ସୈନ୍ୟବାହିନୀ ପକ୍ଷରୁ କୁହାଯାଇଥିଲା। ଏବେ ଦକ୍ଷିଣ ଭାଗରେ ମଧ୍ୟ ଇସ୍ରାଏଲ୍‌ ଆକାଶମାର୍ଗରୁ ବୋମାବର୍ଷଣ କରୁଛି। ଉତ୍ତର ଭାଗରେ ଆକ୍ରମଣ ଜାରି ରହିଥିବାବେଳେ ଏବେ ଦକ୍ଷିଣ ଗାଜାରେ ଆକ୍ରମଣ ଆରମ୍ଭ ହୋଇଯାଇଛି। ଅଲ୍‌-ଶିଫା ହସ୍ପିଟାଲକୁ ହମାସ୍‌ ଆତଙ୍କବାଦୀମାନେ କମାଣ୍ଡ ସେଣ୍ଟର ଭାବେ ବ୍ୟବହାର କରୁଥିଲେ ବୋଲି ଇସ୍ରାଏଲ୍‌ ଦାବି କରିଆସିବା ସହ ସେଠାରେ ଆତଙ୍କବାଦୀଙ୍କୁ ଖୋଜିବା କାର୍ଯ୍ୟ ଜାରି ରଖିଛି।
ଯୁଦ୍ଧକୁ ୭ ସପ୍ତାହ ହୋଇଥିବାବେଳେ ଏଥିରେ ୧୧,୪୦୦ରୁ ଅଧିକ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଲାଣି। ସେମାନଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ହେଉଛନ୍ତି ମହିଳା ଓ ଛୋଟ ପିଲା। ଅନ୍ୟ ୨,୭୦୦ ଲୋକ ନିଖୋଜ ଅଛନ୍ତି। ସେମାନେ ବିଲ୍ଡିଂଗୁଡ଼ିକର ଭଗ୍ନାବଶେଷ ତଳେ ରହିଯାଇଥିବା ବିଶ୍ୱାସ କରାଯାଉଛି। ହମାସ୍‌ ଆତଙ୍କବାଦୀ ଇସ୍ରାଏଲ୍‌ରେ ଆକ୍ରମଣ କରି ୧,୨୦୦ ଲୋକଙ୍କୁ ହତ୍ୟା କରିବା ସହ ୨୪୦ ଜଣଙ୍କୁ ପଣବନ୍ଦୀ କରିନେଇଯାଇଥିଲେ। ଏହାର ଜବାବରେ ଇସ୍ରାଏଲ୍‌ ହମାସ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri