ଆତଙ୍କବାଦୀ ସଙ୍ଗଠନ ଅଲ-ଶବାବର ଟପ ଲିଡର ଅବଦୁଲ୍ଲାହି ୟାରେ ଏୟାର ଷ୍ଟ୍ରାଇକରେ ନିହତ, ପୁରସ୍କାର ଥିଲା ୩ ମିଲିୟନ ଡଲାର

ମୋଗାଦିସୁ,୩ ।୧୦: ଆତଙ୍କବାଦୀ ସଙ୍ଗଠନ ଅଲ-ଶବାବର ଟପ ଲିଡର ଅବଦୁଲ୍ଲାହି ୟାରେ ଏକ ମିଳିତ ଏୟାର ଷ୍ଟ୍ରାଇକରେ ନିହତ ହୋଇଥିବା ଜଣାପଡିଛି । ସୋମାଲି ସରକାର ଏହି ଘୋଷଣା କରିଛନ୍ତି । ଆତଙ୍କବାଦୀ ଅବଦୁଲ୍ଲାହି ଦକ୍ଷିଣ ସୋମାଲିଆରେ ନିହତ ହୋଇଛନ୍ତି । ତାଙ୍କ ଉପରେ ୩ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ସୂଚନା ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବୟାନରେ ଏହି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ସୂଚନା ମନ୍ତ୍ରଣାଳୟ ରବିବାର ରାତିରେ ତା’ର ବୟାନ ଲେଖିଥିବା ବେଳେ ଏହାକୁ କିନ୍ତୁ ସୋମବାର ପୋଷ୍ଟ କରାଯାଇଥିଲା । ବୟାନ ଅନୁଯାୟୀ, ସୋମାଲି ସେନା ଓ ଅନ୍ତରାଷ୍ଟ୍ରୀୟ ସୁରକ୍ଷା ସହଭାଗିମାନେ ଅକ୍ଟୋବର ୧ରେ ଉପକୂଳବର୍ତ୍ତି ହରାମକା ନିକଟରେ ଡ୍ରୋନ ଷ୍ଟ୍ରାଇକ କରିଥିଲେ, ଯେଉଁଥିରେ ଅବଦୁଲ୍ଲା ୟାରେ ନିହତ ହୋଇଥିଲେ । ସୂଚନା ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଛି ଯେ ଶବାବ ଗ୍ରୁପର ସବୁଠାରୁ କୁଖ୍ୟାତ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଅବଦୁଲ୍ଲାହି ୟାରେ ଏହାସହ ସେ ପ୍ରମୁଖ ପ୍ରଚାରକ ବି ଥିଲେ ।

Share