Categories: ଜାତୀୟ

କଶ୍ମୀର-ବାବରି-ଜେହାଦକୁ ନେଇ ଅଲ୍‌କାଇଦାର ଆତଙ୍କବାଦ ଜହର,ନୂଆ ଭିଡିଓ ଜାରି…

ନୂଆଦିଲ୍ଲୀ,୧୨।୧୦: ଆତଙ୍କବାଦୀ ସଂଗଠନ ଅଲ୍‌ କାଇଦା ପକ୍ଷରୁ ଏବେ ଏକ ନୂଆ ଭିଡ଼ିଓ ଜାରି ହୋଇଛି। ଏଥିରେ କଶ୍ମୀର-ବାବରୀ-ଜେହାଦକୁ ନେଇ ଆତଙ୍କବାଦ ଜହର ଓଗାଳିଛି ଏହି ସଂଗଠନ। ଅଲ୍‌ କାଏଦାର ମିଡ଼ିଆ ଶାଖା ଆଜ୍‌ ଶାହାବ ପକ୍ଷରୁ ଏହି ବିଦ୍ୱେଷ ସୃଷ୍ଟିକାରୀ ଭିଡିଓ ଜାରି ହୋଇଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି।

ଭିଡ଼ିଓରେ ୫ ଜଣ ଆତଙ୍କବାଦୀ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରିଥିବାର ଦେଖିବାକୁ ମିଳୁଛି। ଏଥିରେ ଅଲକାଇଦା ମୁଖ୍ୟ ଅଲ୍‌ ଜବାହିରଙ୍କ ଅଡ଼ିଓ ଶୁଣିବାକୁ ମିଳୁଛି। ଜଣେ ଆତଙ୍କବାଦୀ ନିଜ ନାମ ମୀର୍‌ ମହିବୁଲ୍ଲା ବୋଲି କହୁଛନ୍ତି। ସେ କଶ୍ମୀର ସହିତ ଜଡ଼ିତ ଥିବା ପ୍ରକାଶ କରିଛନ୍ତି। ଏହା ସହିତ କଶ୍ମୀରରେ ଜେହାଦ୍‌ ସମ୍ପର୍କରେ ସେ ଭିଡ଼ିଓରେ କହୁଥିବାର ଦେଖିବାକୁ ମିଳୁଛି। ୧ ମିନିଟ୍‌ ୩୦ ସେକେଣ୍ଡର ଏହି ଭିଡିଓରେ ଭାରତ ସରକାରଙ୍କ ବିରୋଧୀ ମନ୍ତବ୍ୟ ଦିଆଯାଇଛି। ଭିଡ଼ିଓକୁ ଦେଇ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Share