ଅଲ୍‌-କାଏଦା ମୁଖ୍ୟ ଜୀବିତ ଚର୍ଚ୍ଚା

ବେରୁଟ, ୧୩ା୯: ଆତଙ୍କବାଦୀ ସଙ୍ଗଠନ ଅଲ୍‌-କାଏଦା ମୁଖ୍ୟ ଆୟାମାନ୍‌ ଅଲ୍‌-ଜଓ୍ବାହିରିଙ୍କୁ ଏକ ଭିଡିଓରେ ଦେଖିବାକୁ ମିଳିଛି। ତେଣୁ ଏବେ ବି ସେ ଜୀବିତ ଥିବା ନେଇ ସନ୍ଦେହ ବଢ଼ିଛି। କିଛି ମାସ ହେଲା ତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ୯/୧୧ ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ଅଲ-କାଏଦା ପକ୍ଷରୁ ୬୧ ମିନିଟ୍‌ର ଏକ ଭିଡିଓ ଜାରି କରାଯାଇଛି। ‘ଜେରୁଜୁଲମ୍‌ର ଜିହାଦୀକରଣ ହେବ ନାହିଁ’ ବୋଲି ଏହାର ଶୀର୍ଷକ ରହିଛି। ଆମେରିକା ୨୦୧୧ରେ ଅଲ-କାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନ୍‌ଙ୍କୁ ହତ୍ୟା କରିଥିଲା। ଏହା ପରେ ଇଜିପ୍ଟ ବାସିନ୍ଦା ଅଲ୍‌ଜଓ୍ବାହିରିଙ୍କୁ ଅଲ-କାଏଦା ମୁଖ୍ୟ କରାଯାଇଥିଲା।
ସଙ୍ଗଠନଗୁଡ଼ିକର ଅନ୍‌ଲାଇନ ଗତିବିଧି ଉପରେ ନଜର ରଖୁଥିବା ଗୋଇନ୍ଦା ଗ୍ରୁପ୍‌ ଏସ୍‌ଆଇଟିଇ ପକ୍ଷରୁ ଅଲ୍‌ଜଓ୍ବାହିରିଙ୍କ ମୁହଁ ଉକ୍ତ ଭିଡିଓରେ ଦେଖିବାକୁ ମିଳିଥିବା ସୂଚନା ଦିଆଯାଇଛି। ଏଥିରେ ସେ ଜାନୁୟାରୀ ୧ରେ ସିରିଆରେ ରୁଷିଆ ସୈନ୍ୟଙ୍କ ଉପରେ ଅଲ୍‌-କାଏଦାର ଆକ୍ରମଣକୁ ପ୍ରଶଂସା କରିଛନ୍ତି। ୨୦ ବର୍ଷ ପରେ ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କଥା ମଧ୍ୟ ସେ ଉଠାଇଛନ୍ତି। ତେବେ ଅଲ୍‌ଜଓ୍ବାହିରିଙ୍କ ଏହି ମନ୍ତବ୍ୟ ପୁରୁଣା ହୋଇଥାଇପାରେ ବୋଲି ଏସ୍‌ଆଇଟିଇ କହିଛି। କାରଣ ଗତ ମାସରେ ତାଲିବାନ୍‌ ଆଫଗାନିସ୍ତାନ ଉପରେ କବ୍‌ଜା କରିବା ବାବଦରେ ସେ କିଛି ପ୍ରତିକ୍ରିୟା ଦେଇନାହାନ୍ତି।
ଶେଷ ଆଡ଼କୁ ଅସୁସ୍ଥତା କାରଣରୁ ଅଲଜଓ୍ବାହିରିଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରଠାରୁ ତାଙ୍କର କୌଣସି ଫଟୋ, ଭିଡିଓ କିମ୍ବା ଜୀବିତ ଥିବାର ପ୍ରମାଣ ସାମ୍‌ନାକୁ ଆସି ନ ଥିଲା। ଦୋହା ଚୁକ୍ତି ପରଠାରୁ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ସ୍ଥିର ହୋଇଥିଲା। ତେଣୁ ଏହା ପୁରୁଣା ଭିଡିଓ ହୋଇଥାଇପାରେ ଏବଂ ଅଲଜଓ୍ବାହିରି ଜୀବିତ ନ ଥାଇ ପାରନ୍ତି ବୋଲି ଏସ୍‌ଆଇଟିଇ ନିର୍ଦ୍ଦେଶିକା ରିଟା କାଟ୍‌ଜ ଟୁଇଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri