ଅଲ୍‌-କାଏଦା ମୁଖ୍ୟ ଜୀବିତ ଚର୍ଚ୍ଚା

ବେରୁଟ, ୧୩ା୯: ଆତଙ୍କବାଦୀ ସଙ୍ଗଠନ ଅଲ୍‌-କାଏଦା ମୁଖ୍ୟ ଆୟାମାନ୍‌ ଅଲ୍‌-ଜଓ୍ବାହିରିଙ୍କୁ ଏକ ଭିଡିଓରେ ଦେଖିବାକୁ ମିଳିଛି। ତେଣୁ ଏବେ ବି ସେ ଜୀବିତ ଥିବା ନେଇ ସନ୍ଦେହ ବଢ଼ିଛି। କିଛି ମାସ ହେଲା ତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ୯/୧୧ ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ଅଲ-କାଏଦା ପକ୍ଷରୁ ୬୧ ମିନିଟ୍‌ର ଏକ ଭିଡିଓ ଜାରି କରାଯାଇଛି। ‘ଜେରୁଜୁଲମ୍‌ର ଜିହାଦୀକରଣ ହେବ ନାହିଁ’ ବୋଲି ଏହାର ଶୀର୍ଷକ ରହିଛି। ଆମେରିକା ୨୦୧୧ରେ ଅଲ-କାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନ୍‌ଙ୍କୁ ହତ୍ୟା କରିଥିଲା। ଏହା ପରେ ଇଜିପ୍ଟ ବାସିନ୍ଦା ଅଲ୍‌ଜଓ୍ବାହିରିଙ୍କୁ ଅଲ-କାଏଦା ମୁଖ୍ୟ କରାଯାଇଥିଲା।
ସଙ୍ଗଠନଗୁଡ଼ିକର ଅନ୍‌ଲାଇନ ଗତିବିଧି ଉପରେ ନଜର ରଖୁଥିବା ଗୋଇନ୍ଦା ଗ୍ରୁପ୍‌ ଏସ୍‌ଆଇଟିଇ ପକ୍ଷରୁ ଅଲ୍‌ଜଓ୍ବାହିରିଙ୍କ ମୁହଁ ଉକ୍ତ ଭିଡିଓରେ ଦେଖିବାକୁ ମିଳିଥିବା ସୂଚନା ଦିଆଯାଇଛି। ଏଥିରେ ସେ ଜାନୁୟାରୀ ୧ରେ ସିରିଆରେ ରୁଷିଆ ସୈନ୍ୟଙ୍କ ଉପରେ ଅଲ୍‌-କାଏଦାର ଆକ୍ରମଣକୁ ପ୍ରଶଂସା କରିଛନ୍ତି। ୨୦ ବର୍ଷ ପରେ ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କଥା ମଧ୍ୟ ସେ ଉଠାଇଛନ୍ତି। ତେବେ ଅଲ୍‌ଜଓ୍ବାହିରିଙ୍କ ଏହି ମନ୍ତବ୍ୟ ପୁରୁଣା ହୋଇଥାଇପାରେ ବୋଲି ଏସ୍‌ଆଇଟିଇ କହିଛି। କାରଣ ଗତ ମାସରେ ତାଲିବାନ୍‌ ଆଫଗାନିସ୍ତାନ ଉପରେ କବ୍‌ଜା କରିବା ବାବଦରେ ସେ କିଛି ପ୍ରତିକ୍ରିୟା ଦେଇନାହାନ୍ତି।
ଶେଷ ଆଡ଼କୁ ଅସୁସ୍ଥତା କାରଣରୁ ଅଲଜଓ୍ବାହିରିଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରଠାରୁ ତାଙ୍କର କୌଣସି ଫଟୋ, ଭିଡିଓ କିମ୍ବା ଜୀବିତ ଥିବାର ପ୍ରମାଣ ସାମ୍‌ନାକୁ ଆସି ନ ଥିଲା। ଦୋହା ଚୁକ୍ତି ପରଠାରୁ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ସ୍ଥିର ହୋଇଥିଲା। ତେଣୁ ଏହା ପୁରୁଣା ଭିଡିଓ ହୋଇଥାଇପାରେ ଏବଂ ଅଲଜଓ୍ବାହିରି ଜୀବିତ ନ ଥାଇ ପାରନ୍ତି ବୋଲି ଏସ୍‌ଆଇଟିଇ ନିର୍ଦ୍ଦେଶିକା ରିଟା କାଟ୍‌ଜ ଟୁଇଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri