Categories: ଜାତୀୟ

ରାମବନରୁ ଅଲ୍‌କାଏଦାର ଜଣେ ଆତଙ୍କବାଦୀ ଗିରଫ: ମିଳିଲା ଚାଇନା ନିର୍ମିତ ଗ୍ରେନେଡ୍‌

ରାମବନ,୭।୧୧: ଜମ୍ମୁ ଡିଭିଜନର ରାମବାନ ଜିଲାରେ ସୋମବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ସୁରକ୍ଷାକର୍ମୀ ଜଣେ ଅଲ୍‌କାଏଦା ଆତଙ୍କବାଦୀଙ୍କ ଗିରଫ କରିବାରେ ସଫଳ ହୋଇଛନ୍ତି। ଏଥିସହ ତାଙ୍କଠାରୁ ଏକ ଚାଇନା ଗ୍ରେନେଡ୍‌ ଜବତ କରାଯାଇଛି। ଗିରଫ ଆତଙ୍କବାଦୀ ଅମିରୁଦ୍ଦିନ ଖାନ୍‌ ହୋଇଥିବା ବେଳେ ସେ ପଶ୍ଚିମବଙ୍ଗର ମଶିତା ହାଓରାର ବାସିନ୍ଦା ବୋଲି ଜଣାପଡ଼ିଛି। ସେ ଆତଙ୍କବାଦୀ ସଂଗଠନ ଅଲ୍‌କାଏଦା ସହ ଜଡିତ। ପୋଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ରାମବାନରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସ୍ଥାନୀୟ ପୋଲିସ ଓ ସୁରକ୍ଷାକର୍ମୀ ମିଳିତ ଭାବେ ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରିଥିଲେ।

Share