Categories: ଜାତୀୟ

ଅଲ୍‌-କାଏଦା ଲିଙ୍କ୍‌: ମଦ୍ରାସା ଭଙ୍ଗାଗଲା

ଗୁଆହାଟୀ,୧।୯: ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦା ସହ ସମ୍ପର୍କ ରଖିଥିବା ଆସାମର ବୋଙ୍ଗାଇଗାଁଓ ଜିଲାର ଏକ ମଦ୍ରାସାକୁ ରାଜ୍ୟ ସରକାର ବୁଧବାର ଭାଙ୍ଗି ଦେଇଛନ୍ତି। ଏହି ମଦ୍ରାସାଗୁଡ଼ିକ ଆତଙ୍କବାଦ କାର୍ଯ୍ୟକଳାପର କେନ୍ଦ୍ର ପାଲଟିଥିବା ପୋଲିସ ତଦନ୍ତରୁ ଜଣାପଡ଼ିବା ପରେ ମାସକ ମଧ୍ୟରେ ଆସାମ ସରକାର ଏହାକୁ ମିଶାଇ ୩ଟି ମଦ୍ରାସା ଭାଙ୍ଗିଲେଣି। ଜିଲାର କବଇତରିଠାରେ ଥିବା ଦୁଇ ମହଲା ବିଶିଷ୍ଟ ମର୍କାଜୁଲ୍‌ ମାରିଫ୍‌ କାରିଆନା ମଦ୍ରାସାକୁ ଭାଙ୍ଗିବା ଲାଗି ୮ଟି ବୁଲ୍‌ଡୋଜରକୁ କାମରେ ଲଗାଯାଇଥିଲା। ଏହା ପୂର୍ବରୁ ଗତ ଶୁକ୍ରବାର ମଦ୍ରାସାର ଶିକ୍ଷକ ମୁଫ୍‌ତି ହଫିଜୁର ରହମାନଙ୍କୁ ଅଲ-କାଏଦା ସହ ସମ୍ପୃକ୍ତ ଅଭିଯୋଗରେ ଗିରଫ କରାଯାଇଥିଲା।

Share