ଏତିକି କୋଟି ଟଙ୍କାର ମାଲିକ ଅକ୍ଷୟ ଖାନ୍ନା

ବଲିଉଡର ଜଣାଶୁଣା ଅଭିନେତା ଅକ୍ଷୟ ଖାନ୍ନା ଆଜି ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ଅକ୍ଷୟ ସ୍ବର୍ଗତ ଅଭିନେତା ବିନୋଦ ଖାନ୍ନାଙ୍କ ସାନ ପୁଅ। ସେ ବଲିଉଡ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ଅକ୍ଷୟ ‘ରେସ’, ‘ଦିଲ ଚାହତା ହୈ’, ‘ହଙ୍ଗାମା’, ‘ତାଲ’ ଏବଂ ‘ହଲଚଲ’, ‘ସେକ୍ସନ ୩୭୫’ ଭଳି ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ନିକଟରେ ଅଭିନେତାଙ୍କୁ ‘ଦୃଶ୍ୟମ ୨’ରେ ଦେଖିବାକୁ ମିଳିଥିଲା। ଅକ୍ଷୟ ନିଜର ଅଭିନୟ ପାଇଁ ଅନେକ ଫିଲ୍ମଫେୟାର ଏବଂ ଆଇଫା ପୁରସ୍କାର ଜିତିଛନ୍ତି।
ଇଣ୍ଡଷ୍ଟ୍ରିରେ ଏକ ସଫଳ କ୍ୟାରିୟର ସତ୍ତ୍ୱେ ଅକ୍ଷୟ ଏପର୍ଯ୍ୟନ୍ତ ଅବିବାହିତ ଅଛନ୍ତି। ଯଦିଓ ତାଙ୍କ ନାମ ଅନେକ ବଲିଉଡ ଅଭିନେତ୍ରୀଙ୍କ ସହ ଜଡିତ ଥିଲା, କିନ୍ତୁ କାହା ସହିତ ତାଙ୍କର ସମ୍ପର୍କ ଦୀର୍ଘ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରି ନ ଥିଲା।
ଅକ୍ଷୟଙ୍କର ୧୪୮ କୋଟି ଟଙ୍କାର ସମ୍ପତ୍ତି ଅଛି। ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଫ୍ଲାଟର ମଧ୍ୟ ସେ ମାଲିକ ଅଟନ୍ତି। କେବଳ ଏତିକି ନୁହେଁ, ପୁଣେ ଏବଂ ଦିଲ୍ଲୀ ଭଳି ସହରରେ ଅକ୍ଷୟଙ୍କ ନାମରେ ଏକ ସମ୍ପତ୍ତି ମଧ୍ୟ ଅଛି।

 

Share