ବିଜ୍ଞାପନରେ ଅକ୍ଷୟ ନଂ ୧

ମୁମ୍ବାଇ: ଖାଲି ଚଳଚ୍ଚିତ୍ର ନୁହେଁ, ବିଜ୍ଞାପନ ଜଗତରେ ଅକ୍ଷୟ କୁମାର ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ଜୋତାଠାରୁ ଆରମ୍ଭ କରି ଗୁଟଖା ସବୁ ପ୍ରକାର ଆଡ୍‌ରେ ଏବେ ଅକ୍ଷୟଙ୍କୁ ଦେଖିବାକୁ ମିଳିଛି। ତେବେ ଟୋଟାଲ ଆଡ୍ରେସେବୁଲ୍‌ ମାର୍କେଟ୍‌ (ଟିଏଏମ୍‌) ପକ୍ଷରୁ ଜାରି ଆଡ୍‌ଏକ୍ସ ରିପୋର୍ଟ ଅନୁସାରେ ଅକ୍ଷୟ କୁମାର ର଼୍ୟାଙ୍କ ୧ରେ ଅଛନ୍ତି। ଚଳିତବର୍ଷ ଜାନୁୟାରୀ ଓ ଜୁନ୍‌ ମାସ ମଧ୍ୟରେ ପ୍ରତ୍ୟେକ ଟେଲିଭିଜନ୍‌ରେ ଅକ୍ଷୟଙ୍କ ଆଡ୍‌ ଦେଖାଯାଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ଟିଏଏମ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅମିତାଭ ବଚ୍ଚନ ଏବଂ ଆଲିଆ ଭଟ୍ଟ। ତେବେ ଅକ୍ଷୟଙ୍କ ସ୍ତ୍ରୀ ଟ୍ବିଙ୍କିଲ୍‌ ଖାନ୍ନା ମଧ୍ୟ ଏହି ସୂଚୀରେ ଅନ୍ତର୍ଭୁକ୍ତ। ଟେଲିଭିଜନ୍‌ରେ ପ୍ରସାରିତ ୫୦% କପୁଲ ଆଡ୍‌ରେ ଅକ୍ଷୟ ଓ ଟ୍ବିଙ୍କିଲ୍‌ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଅମିତାଭ ଓ ଜୟା ବଚ୍ଚନ ଦ୍ୱିତୀୟ ସ୍ଥାନରେ ଏବଂ ଆଲିଆ ଓ ରଣବୀର ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

Share