ପ୍ୟାଡ୍‌ମ୍ୟାନ,ଟଏଲେଟ୍‌ ପରେ ପୁଣି ସାମାଜିକ ବାର୍ତ୍ତା ଦେବେ ଅକ୍ଷୟ, ଏହି ଦିନ ହେବ ରିଲିଜ୍‌

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିପାରିନାହିଁ। ତେବେ ଆସନ୍ତା ବର୍ଷ ଭଲ ହେବ ବୋଲି ଆଶା କରାଯାଉଛି। ସୁପରଷ୍ଟାର ପ୍ୟାଡ୍‌ମ୍ୟାନ ଏବଂ ଟଏଲେଟ: ଏକ ପ୍ରେମ କଥା ଭଳି ସାମାଜିକ ବାର୍ତ୍ତା ଚଳଚ୍ଚିତ୍ରରେ କାମ କରିଛନ୍ତି। ଉଭୟ ଚଳଚ୍ଚିତ୍ର ସମାଜ ପାଇଁ ଦୃଢ ବାର୍ତ୍ତା ପ୍ରଦାନ କରିଥିଲା। ନିକଟରେ ରେଡ ସି ମହୋତ୍ସବରେ ଅଭିନେତା ନିଶ୍ଚିତ କରିଛନ୍ତି ଯେ, ଆସନ୍ତା ବର୍ଷ ପାଇଁ ତାଙ୍କର ଗୋଟିଏ ଚଳଚ୍ଚିତ୍ର ଯୌନ ଶିକ୍ଷା ଉପରେ ଆଧାରିତ ହେବ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆମ ପାଖରେ ସମସ୍ତ ପ୍ରକାରର ବିଷୟ ଅଛି ଯାହାକୁ ଆମେ ବିଦ୍ୟାଳୟରେ ଶିଖୁ ଏବଂ ଯୌନ ଶିକ୍ଷା ହେଉଛି ଗୋଟିଏ ବିଷୟ ଯାହା ମୁଁ ବିଶ୍ୱର ସମସ୍ତ ବିଦ୍ୟାଳୟରେ ପହଞ୍ଚାଇବାକୁ ଚାହେଁ। ଫିଲ୍ମଟି ଏପ୍ରିଲ କିମ୍ବା ମେ’ରେ ରିଲିଜ୍‌ ହୋଇପାରେ ବୋଲି ଅଭିନେତା କହିଛନ୍ତି।
ଅନ୍ୟପଟେ, ଅଭିନେତାଙ୍କ ପରବର୍ତ୍ତୀ ଫିଲ୍ମ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି । ଅକ୍ଷୟ ନିଜେ ଫିଲ୍ମର ଶୁଟିଂ ଆରମ୍ଭ କରିବା ପୂର୍ବରୁ ଏକ ସ୍ବତନ୍ତ୍ର ପୋଷ୍ଟ ସେୟାର କରିଛନ୍ତି। ଏହା ଅକ୍ଷୟ କୁମାରଙ୍କ ପ୍ରଥମ ମରାଠି ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମହେଶ ମଞ୍ଜରେକର।ଏହି ଫିଲ୍ମରେ ଅକ୍ଷୟ କୁମାର ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ନଜର ଆସିବେ।

Share