ପ୍ୟାଡ୍‌ମ୍ୟାନ,ଟଏଲେଟ୍‌ ପରେ ପୁଣି ସାମାଜିକ ବାର୍ତ୍ତା ଦେବେ ଅକ୍ଷୟ, ଏହି ଦିନ ହେବ ରିଲିଜ୍‌

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିପାରିନାହିଁ। ତେବେ ଆସନ୍ତା ବର୍ଷ ଭଲ ହେବ ବୋଲି ଆଶା କରାଯାଉଛି। ସୁପରଷ୍ଟାର ପ୍ୟାଡ୍‌ମ୍ୟାନ ଏବଂ ଟଏଲେଟ: ଏକ ପ୍ରେମ କଥା ଭଳି ସାମାଜିକ ବାର୍ତ୍ତା ଚଳଚ୍ଚିତ୍ରରେ କାମ କରିଛନ୍ତି। ଉଭୟ ଚଳଚ୍ଚିତ୍ର ସମାଜ ପାଇଁ ଦୃଢ ବାର୍ତ୍ତା ପ୍ରଦାନ କରିଥିଲା। ନିକଟରେ ରେଡ ସି ମହୋତ୍ସବରେ ଅଭିନେତା ନିଶ୍ଚିତ କରିଛନ୍ତି ଯେ, ଆସନ୍ତା ବର୍ଷ ପାଇଁ ତାଙ୍କର ଗୋଟିଏ ଚଳଚ୍ଚିତ୍ର ଯୌନ ଶିକ୍ଷା ଉପରେ ଆଧାରିତ ହେବ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆମ ପାଖରେ ସମସ୍ତ ପ୍ରକାରର ବିଷୟ ଅଛି ଯାହାକୁ ଆମେ ବିଦ୍ୟାଳୟରେ ଶିଖୁ ଏବଂ ଯୌନ ଶିକ୍ଷା ହେଉଛି ଗୋଟିଏ ବିଷୟ ଯାହା ମୁଁ ବିଶ୍ୱର ସମସ୍ତ ବିଦ୍ୟାଳୟରେ ପହଞ୍ଚାଇବାକୁ ଚାହେଁ। ଫିଲ୍ମଟି ଏପ୍ରିଲ କିମ୍ବା ମେ’ରେ ରିଲିଜ୍‌ ହୋଇପାରେ ବୋଲି ଅଭିନେତା କହିଛନ୍ତି।
ଅନ୍ୟପଟେ, ଅଭିନେତାଙ୍କ ପରବର୍ତ୍ତୀ ଫିଲ୍ମ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି । ଅକ୍ଷୟ ନିଜେ ଫିଲ୍ମର ଶୁଟିଂ ଆରମ୍ଭ କରିବା ପୂର୍ବରୁ ଏକ ସ୍ବତନ୍ତ୍ର ପୋଷ୍ଟ ସେୟାର କରିଛନ୍ତି। ଏହା ଅକ୍ଷୟ କୁମାରଙ୍କ ପ୍ରଥମ ମରାଠି ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମହେଶ ମଞ୍ଜରେକର।ଏହି ଫିଲ୍ମରେ ଅକ୍ଷୟ କୁମାର ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri