ଫିଲ୍ମ ଜଗତରୁ ବ୍ରେକ୍‌ ନେଲେ ଅକ୍ଷୟ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡର ସବୁଠାରୁ ବ୍ୟସ୍ତ ଅଭିନେତାଙ୍କ ମଧ୍ୟରୁ ଜଣେ ଅକ୍ଷୟ କୁମାରଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଭଲ ନାହିଁ। ନିର୍ଦ୍ଦେଶକ ଅନୀସ ବାଜମୀଙ୍କ ଆଗାମୀ ଫିଲ୍ମର କେରଳ କାର୍ଯ୍ୟସୂଚୀ ସମାପ୍ତ କରିବା ପରେ ଅକ୍ଷୟଙ୍କୁ ମୁମ୍ବାଇର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଆଖିର ଛୋଟ ଅସ୍ତ୍ରୋପଚାର କରାଯାଇଛି। ଅସ୍ତ୍ରୋପଚାର ପରେ, ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ବ୍ୟସ୍ତ କାର୍ଯ୍ୟସୂଚୀ ପରେ ଅଭିନେତା ଏବେ ସୁସ୍ଥ ହେବା ପାଇଁ ଏକ ଛୋଟ ବ୍ରେକ୍‌ ନେବାକୁ ନିଷ୍ପତ୍ତି ନେଇଛନ୍ତି।
ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମ ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର। ସେ ବିଦ୍ୟା ବାଲନ ଏବଂ ରାଶି ଖନ୍ନାଙ୍କ ସହିତ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଅକ୍ଷୟ ଏବଂ ବିଦ୍ୟା ବହୁ ବର୍ଷ ପରେ ପରଦାକୁ ଫେରୁଛନ୍ତି। ଉଭୟ ଅତୀତରେ ଅନେକ ସଫଳ ଫିଲ୍ମ ଦେଇସାରିଛନ୍ତି। ଏହା ବ୍ୟତୀତ ପ୍ରାୟ ୧୫ ବର୍ଷର ବ୍ୟବଧାନ ପରେ, ଅକ୍ଷୟ ପୁଣି ଥରେ ନିର୍ଦ୍ଦେଶକ ଅନୀସ ବାଜମୀଙ୍କ ସହ କାମ କରୁଛନ୍ତି।
ଅବଶ୍ୟ ୫୮ ବର୍ଷୀୟ ଅକ୍ଷୟ କୁମାରଙ୍କ ପାଇଁ ଏକ ଭଲ ସମୟ ଚାଲିଛି। ତାଙ୍କ ଅଭିନୀତ ଫିଲ୍ମ ‘ଭୂତ ବଙ୍ଗଳା’ ବକ୍ସ ଅଫିସରେ ସଫଳ ହୋଇଥିଲା। ଆଗାମୀ ସମୟରେ ସେ ‘ୱେଲକମ ଟୁ ଦି ଜଙ୍ଗଲ’, ‘ହୈୱାନ’, ‘ଗୋଲମାଲ ୫’ ଭଳି ବଡ଼ ଫିଲ୍ମରେ ଦେଖାଯିବେ।

 

Dharitri – Odisha’s No.1 Odia Daily

 

Share