‘ବେଲ୍‌ବଟମ’ ଶୁଟିଂ ସାରି ସ୍କଟ୍‌ଲାଣ୍ଡରୁ ଭାରତ ଫେରିଲେ ଅକ୍ଷୟ

ମୁମ୍ବାଇ: ଖିଲାଡ଼ି ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ବେଲ୍‌ବଟମ’ର ଶୁଟିଂ ଇତିମଧ୍ୟରେ ସରିଛି। ଶୁଟିଂ ସାରି ଅକ୍ଷୟ, ଅଭିନେତ୍ରୀ ବାଣୀ କପୁର ଏବଂ ତାଙ୍କ ପୂରା ଟିମ ଭାରତ ଫେରିଛନ୍ତି। ଅକ୍ଷୟ ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି।

ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଅଭିନେତ୍ରୀ ବାଣୀ କପୁରଙ୍କ ସହ ପୋଜ୍‌ ଦେଉଥିବା ନଜର ଆସିଛନ୍ତି। ତାଙ୍କ ପଛରେ ଏକ ଚାର୍ଟାର୍ଡ ବିମାନ ଥିବା ମଧ୍ୟ ନଜର ଆସିଛି।

ଅକ୍ଷୟ କ୍ୟାପଶନ୍‌ ଲେଖିଛନ୍ତି, ଆମେ ବହୁତ ଭାଗ୍ୟବାନ ଯେ, କରୋନା ପରି ମହାମାରୀ ସମୟରେ ଆମେ ଫିଲ୍ମ ‘ବେଲ୍‌ବଟମ’ର ଶୁଟିଂ ଶେଷ କରିଛୁ। ଅକ୍ଷୟଙ୍କ ସହ ତାଙ୍କ ପୂରା ଟିମ୍‌ ଫିଲ୍ମ ‘ବେଲ୍‌ବଟମ’ର ଶୁଟିଂ କରିବାକୁ ସ୍କଟ୍‌ଲାଣ୍ଡ ଯାଇଥିଲେ। ଏହା ହେଉଛି ପ୍ରଥମ ଫିଲ୍ମ ଯାହା କରୋନା ସମୟରେ ଶୁଟିଂ ଶେଷ ହୋଇଛି।

ଏହି ଫିଲ୍ମରେ ଅକ୍ଷୟଙ୍କ ସହ ଅଭିନେତ୍ରୀ ବାଣୀ କପୁର, ହୁମା କୁରେସି, ଲାରା ଦତ୍ତ, ଜ୍ୟାକି ଭଗନାନୀ ନଜର ଆସିବେ। ରଞ୍ଜିତ ଏମ୍‌ ତିଓ୍ବାରୀ ଫିଲ୍ମଟିର ନିର୍ଦ୍ଦେଶନା ଦେଇଥିବା ବେଳେ ଏହା ଆସନ୍ତା ବର୍ଷ ଏପ୍ରିଲ ୨ରେ ରିଲିଜ୍‌ ହେବାର ସମ୍ଭାବନା ରହିଛି।

Share