ବିପଦରେ ଅକ୍ଷୟଙ୍କ ‘ଷ୍ଟାରଡମ୍‌’: ବର୍ଷକରେ ୩ ଫିଲ୍ମ ଫ୍ଲପ୍‌

ବମ୍ବେ: ଏକଦା ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ବକ୍ସ ଅଫିସ କିଙ୍ଗ କୁହାଯାଉଥିଲା। କାରଣ ତାଙ୍କର ପ୍ରତିଟି ଫିଲ୍ମ ସୁପରହିଟ୍‌ ହେବା ସହ ଭଲ ବ୍ୟବସାୟ କରୁଥିଲା। ଶହେ କୋଟି କ୍ଲବରେ ସାମିଲ ହେବା ତାଙ୍କ ଫିଲ୍ମଗୁଡ଼ିକ ଲାଗି ସାଧାରଣ କଥା ଥିଲା। ହେଲେ ଏବେ ସମୟ ପୂର୍ବଭଳି ନାହିଁ। ଚଳିତ ବର୍ଷ ରିଲିଜ ହୋଇଥିବା ଅକ୍ଷୟଙ୍କ ତିନି ତିନୋଟି ଫିଲ୍ମ ଦର୍ଶକଙ୍କୁ ଆକର୍ଷିତ କରିପାରିନାହିଁ। ପଛକୁ ପଛ ଦୁଇଟି ଫ୍ଲପ ଫିଲ୍ମ ପରେ ଏବେ ତୃତୀୟଟି ସେହି ରାସ୍ତାରେ ଥିବା ଭଳି ମନେ ହେଉଛି।

ଅଗଷ୍ଟ ୧୧ରେ ରିଲିଜ ହୋଇଥିଲା ଅକ୍ଷୟଙ୍କ ଫିଲ୍ମ ‘ରକ୍ଷାବନ୍ଧନ’। ଇତିମଧ୍ୟରେ ଏହାର ପାଞ୍ଚ ଦିନର ବ୍ୟବସାୟ ବେଶ ନିରାଶାଜନକ ରହିଛି। ଫିଲ୍ମ ୫୦ କୋଟି ତ ଦୂରର କଥା ୪୦ କୋଟି ବ୍ୟବସାୟ କରିପାରିନାହିଁ। ସୋମବାର ଯାଏ ଏହା ମାତ୍ର ୩୪.୪୭ କୋଟି ଟଙ୍କା ହିଁ ବ୍ୟବସାୟ କରିଥିବା ଜଣାପଡ଼ିଛି। ଅପରପକ୍ଷେ ଫିଲ୍ମ ରିଲିଜ ହୋଇଥିବା ଆମିର ଖାଁଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଢା’ଠାରୁ ପଛରେ ଚାଲିଛି। ଆମିରଙ୍କ ଫିଲ୍ମ ୪୬ କୋଟି ରୋଜଗାର କରିସାରିଲାଣି। ଏସବୁ ଦେଖିଲେ ଅକ୍ଷୟଙ୍କ ଷ୍ଟାରଡମ୍‌ ବିପଦରେ ବୋଲି କୁହାଯାଉଛି।

Share