୨୭ ବର୍ଷ ଧରି ଲାଇମ୍‌ଲାଇଟ୍‌ରୁ ଦୂରେଇ ଯାଇଥିଲେ ଅକ୍ଷୟ କୁମାରଙ୍କ ଏହି ହିରୋଇନ୍‌: ଅଧାବାଟରେ ହାତ ଛାଡ଼ିଦେଲେ ସ୍ବାମୀ

ଅକ୍ଷୟ କୁମାରଙ୍କ ବିପକ୍ଷରେ ଫିଲ୍ମ ‘ସୌଗନ୍ଧ’ରୁ ବଲିଉଡରେ ଡେବ୍ୟୁ କରିଥିବା ସୁନ୍ଦର ଅଭିନେତ୍ରୀ ଶାନ୍ତିପ୍ରିୟାଙ୍କୁ ଆପଣ ସମସ୍ତେ ଜାଣିଥିବେ। ତାଙ୍କ ହସ ସହ ବଡ ଆଖି ପ୍ରଶଂସକଙ୍କୁ ଖୁବ୍‌ ପସନ୍ଦଥିଲା । ୧୯୯୪ ମସିହାରେ ଶାନ୍ତିପ୍ରିୟା ଫିଲ୍ମ ‘ଇକ୍କେ ପେ ଇକ୍କା’ରେ ନଜର ଆସିଥିଲେ କିନ୍ତୁ ସେବେଠାରୁ ସେ ଚଳଚ୍ଚିତ୍ରରୁ ନିଜକୁ ଦୂରେଇ ରଖିଥିଲେ। ଗତ ୨୭ ବର୍ଷ ଧରି ଶାନ୍ତିପ୍ରିୟା ପରଦାରୁ ଦୂରରେ ରହିଛନ୍ତି। ଯଦିଓ ମଝିରେ ସେ ଫେରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ଏଥିରେ ସଫଳ ହୋଇ ନ ଥିଲେ । ଶାନ୍ତିପ୍ରିୟା ଅକ୍ଷୟ କୁମାରଙ୍କ ସହ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପୂର୍ବରୁ ତାମିଲ ଏବଂ ତେଲୁଗୁ ସିନେମାରେ କାମ କରିଥିଲେ।
ସେ ୧୯୯୯ ମସିହାରେ ଅଭିନେତା ସିଦ୍ଧାର୍ଥ ରାୟଙ୍କୁ ବିବାହ କରିଥିଲେ। ସିଦ୍ଧାର୍ଥ ବାଜିଗର ଏବଂ ‘ବଂଶ’ ଭଳି ଚଳଚ୍ଚିତ୍ରରେ କାମ କରିଥିଲେ। ବିବାହର ପାଞ୍ଚ ବର୍ଷ ରେ ଉଭୟ ଦୁଇ ସନ୍ତାନର ମା’ବାପା ହୋଇଥିଲେ। କିନ୍ତୁ ସେମାନଙ୍କର ଦାମ୍ପତ୍ୟ ଜୀବନ ବେଶୀ ଦିନ ତିଷ୍ଟି ରହିଲା ନାହିଁ । ୨୦୦୪ ରେ ୪୦ ବର୍ଷ ବୟସରେ ହୃଦଘାତରେ ସିଦ୍ଧାର୍ଥ ରାୟଙ୍କର ମୃତ୍ୟୁ ହୋଇଥିଲା।

Share