ନିର୍ମାଣ ହେବାକୁ ଯାଉଛି ‘ୱେଲକମ’ର ପାର୍ଟ ୩, ନଜର ଆସିବେ ନାହିଁ ଅକ୍ଷୟ!

ମୁମ୍ବାଇ: ଅକ୍ଷୟ କୁମାର ଷ୍ଟାରର ସୁପରହିଟ କମେଡି ମୁଭି ‘ୱେଲକମ’ର ପାର୍ଟ ୩ ନିର୍ମାଣ ହେବାକୁ ଯାଉଥିବା ଜଣାପଡିଛି । ଏହାର ଟାଇଟଲ ଏବେ ସାମ୍ନାକୁ ଆସିଛି । ଫିଲ୍ମ ପ୍ରଯୋଜକ ଫିରୋଜ ଏ. ନାଡିୟାଡୱାଲା ନିକଟରେ ଏକ ସାକ୍ଷାତକାରରେ ଏ ସମ୍ପର୍କରେ ସାମାନ୍ୟ ହିଣ୍ଟ ଦେଇଛନ୍ତି । ଏହାପରେ ସବୁଠାରୁ ବଡ ପଶ୍ନ ହେଉଛି କି ଦ୍ୱିତୀୟ ପାର୍ଟରେ ଗାଏବ ଥିବା ଅକ୍ଷୟ କୁମାରଙ୍କୁ ତୃତୀୟ ପାର୍ଟରେ ଦେଖିବାକୁ ମିଳିବ ନା ନାହିଁ । ଏହି ପ୍ରଶ୍ନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାହିଁକି ନା ଫିରୋଜଙ୍କ ଆଉ ଏକ ଫ୍ରାଞ୍ଚାଇଜ ‘ହେରାଫେରି ୩’ରୁ ଅକ୍ଷୟ ଆଉଟ୍ ହୋଇଯାଇଛନ୍ତି ।
ସୂଚନାଯୋଗ୍ୟ, ଏହାକୁ ନେଇ ପ୍ରଯୋଜକ ଓ ଅଭିନେତାଙ୍କ ମଧ୍ୟରେ ବିବାଦ ବି ମୁଣ୍ଡ ଟେକିଥିଲା । କାରଣ ଅକ୍ଷୟ ଦାବି କରିଥିଲେ କି ତାଙ୍କୁ ହେରାଫେରି ୩ର ସ୍କ୍ରିପ୍ଟ ପସନ୍ଦ ଆସି ନ ଥିଲା । ଏବେ ୱେଲକମ ୩ କୁ ନେଇ ନାଡିୟାଡୱାଲା କହିଛନ୍ତି, ୱେଲକମ ୩ ‘ୱେଲକମ ଟୁ ଦ ଜଙ୍ଗଲ’ ନାମରେ ପରିଚିତ ହେବ । ଏହା ଏହି ଫ୍ରାଞ୍ଚାଇଜର ହ୍ୟୁମର ଓ ଏଣ୍ଟଟେନମେଣ୍ଟକୁ ବଜାୟ ରଖିବ । ଏହାସହ ଏହାର ବ୍ୟାକଡ୍ରପ ମିଲିଟ୍ରି ଆକ୍ସନ ବେସ୍‌ଡ ହେବ । ଫିଲ୍ମରେ ଜବରଦସ୍ତ ଆକ୍ସନ ରହିବ । ଏହାକୁ ବଡ ସ୍କେଲରେ ନିର୍ମାଣ କରାଯିବ ।
ଏହାସହ ଫିରୋଜ ନାଡିୟାଡୱାଲା କହିଛନ୍ତି ଫିଲ୍ମର ୬୦-୭୦ ଭାଗ ଜଙ୍ଗଲରେ ସେଟ ଲାଗି ଶୁଟିଂ କରାଯିବ ଓ ଏହାର ଏଣ୍ଡିଂ ଦେଶଭକ୍ତିର ଇମୋଶନାଲ ଓ ଷ୍ଟ୍ରଙ୍ଗ ସନ୍ଦେଶ ଦେବ । ଆଶା କରୁଛୁ ଆସନ୍ତା ବର୍ଷ ଫିଲ୍ମ ଫ୍ଲୋରକୁ ଆସିଯିବ । ଏଥିରେ ମିଲିଟ୍ରିର ପୂର୍ବତନ ଅଧିକାରୀଙ୍କୁ ଆମ ଟିମରେ ସାମିଲ କରିଛୁ । ଯେଉଁମାନେ ଆମକୁ ଆରପିଜି, ଏସଏଏମ ଭଳି ବଡ ବନ୍ଧୁକ ସହ ମିଲିଟ୍ରିର ଦ୍ୱିତୀୟ ହାଡୱେୟରକୁ ସମ୍ଭାଳିବାରେ ଆମକୁ ଗାଇଡ କରିବେ । କେବଳ ସେତିକି ନୁହେଁ ପ୍ରଯୋଜକ କହିଛନ୍ତି ଫିଲ୍ମର କିଛି ଭାଗ ଜମ୍ମୁ-କଶ୍ମୀର ଅବା ୟୁରୋପର କିଛି ଭାଗରେ ଶୁଟିଂ କରାଯିବ । ଯେଉଁଠାରେ ଘନ ଜଙ୍ଗଲ ରହିଛି । ଏହାର ନିଷ୍ପତ୍ତି ସେ ସମୟର ପାଣିପାଗକୁ ଦେଖି କରାଯିବ । ନାଡିୟାଡୱାଲା ଆହୁରି ମଧ୍ୟ କହିଛନ୍ତି, ‘ୱେଲକମ ଟୁ ଦ ଜଙ୍ଗଲ’ର ଷ୍ଟାରକାଷ୍ଟ ଏବେ ପର୍ଯ୍ୟନ୍ତ ଫାଇନାଲ ହୋଇନାହିଁ, ହେଲେ ବ ବଡ କଳାକାର ନଜର ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ

କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ…

ଗାଧୋଇବାକୁ ଯାଇ ଫେରିଲେନି ଅବସରପ୍ରାପ୍ତ ଗ୍ରାମରକ୍ଷୀ, ଘଟିଲା…

ବରଗଡ଼,୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ବିରାଟ ବାଗ(୬୫)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ…

ଚିପ୍ସ ପ୍ୟାକେଟ୍‌ରେ ଥିବା ଖେଳନା ବଲ୍‌ ଗିଳି ଦେଲେ ଶିଶୁ, ଆଉ ତା’ପରେ…

ବେଙ୍ଗାଲୁରୁ,୨ା୮: କର୍ନାଟକର ମହୀଶୂର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷର ଜଣେ ବାଳକ କୁର୍‌କୁରେ ପ୍ୟାକେଟ୍‌ରେ ଥିବା ଛୋଟ ଖେଳନା ବଲ୍‌କୁ ଗିଳିଦେବାରୁ…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri