ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ଫିଲ୍ମ ‘ଭୂତ ବଙ୍ଗଳା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ହରର କମେଡି ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ‘ଭୂତ ବଙ୍ଗଳା’ ବ୍ୟତୀତ ଖିଲାଡି କୁମାର ତାଙ୍କ ଗେମ ଶୋ ‘ହ୍ବିଲ ଅଫ ଫର୍ଚ୍ୟୁନ’ ପାଇଁ ମଧ୍ୟ ଆଲୋଚନାରେ ଅଛନ୍ତି। ଆଜିକାଲି ଅକ୍ଷୟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଅକ୍ଷୟ ୬ ଇଞ୍ଚ ହାଇ ହିଲ ପିନ୍ଧି ଚମତ୍କାର ନୃତ୍ୟ କରୁଥିବାର ଦେଖାଯାଉଛି।
ଅକ୍ଷୟ କୁମାରଙ୍କ ଏହି ଭିଡିଓ ତାଙ୍କ ଗେମ ଶୋ ‘ହ୍ବିଲ ଅଫ ଫର୍ଚ୍ୟୁନ’ର ଗ୍ରାଣ୍ଡ ଫିନାଲେରୁ ଆସିଛି। ଏଥିରେ ଜ୍ୟାକଲିନ ଫର୍ନାଣ୍ଡିଜ, ଭୂମି ପେଡନେକର ଏବଂ ଫାରାହ ଖାନ ଅତିଥି ଥିଲେ। ଶୋ ସମୟରେ ଜ୍ୟାକଲିନ ଏବଂ ଭୂମି ଅଭିଯୋଗ କରିଥିଲେ ଯେ, ଅକ୍ଷୟ ସେଟରେ ସେମାନଙ୍କ ଉପରେ ଭୟଙ୍କର ପ୍ରାଙ୍କ କରିଥିଲେ। ପ୍ରତିଶୋଧ ନେବା ପାଇଁ ଜ୍ୟାକଲିନ ଅକ୍ଷୟଙ୍କୁ ହିଲ ପିନ୍ଧି ଗୋଟିଏ ମିନିଟ ନାଚିବାକୁ ଏକ ଟାସ୍କ ଦେଇଥିଲେ।
ଜ୍ୟାକଲିନ କହିଥିଲେ, ଯଦି ଅକ୍ଷୟ ମଝି ରାସ୍ତାରେ ଅଟକିଯାଆନ୍ତି, ତେବେ ତାଙ୍କୁ ତାଙ୍କ ଆକାଉଣ୍ଟକୁ ୧୦୦,୦୦୦ ଟ୍ରାନ୍ସଫର କରିବାକୁ ପଡିବ। ପ୍ରଥମେ ଅକ୍ଷୟ ଡରିକି କହିଥିଲେ, ତୁମେ ପାଗଳ କି? ମୋ ଗୋଡ଼ ମୋଡ଼ି ହୋଇଯିବ। ମୁଁ ଏହା ପୂର୍ବରୁ କେବେ କରିନାହିଁ। ଫାରାହଙ୍କ ଜିଦ୍ରେ ଅକ୍ଷୟ ଶେଷରେ ହିଲ୍ସ ପିନ୍ଧିବାକୁ ରାଜି ହେଲେ। ସେ ତାଙ୍କ ଫିଲ୍ମ ‘ହାଉସଫୁଲ ୪’ର ‘ଲାଲ ପରୀ’ ଗୀତରେ ହିଲ୍ସ ପିନ୍ଧି ଜୋରଦାର ନାଚିଥିଲେ। ଅକ୍ଷୟଙ୍କୁ ହିଲ୍ସ ପିନ୍ଧି ନାଚୁଥିବା ଦେଖି, ଫାରାହ ଏବଂ ଭୂମି ତାଙ୍କ ସହିତ ଯୋଗଦେଇଲେ। କିନ୍ତୁ ନାଚୁଥିବା ସମୟରେ ଅକ୍ଷୟଙ୍କ ହିଲ୍ସ ଭାଙ୍ଗିଗଲା ଏବଂ ସେ ଅଳ୍ପକେ ଖସି ପଡ଼ିବାରୁ ରକ୍ଷା ପାଇଥିଲେ।