ହସ୍ପିଟାଲରେ ଭର୍ତ୍ତି ହେଲେ ଅକ୍ଷୟ କୁମାର

ମୁମ୍ବାଇ,୫।୪: ବଲିଉଡ୍‌ ଅଭିନେତା ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ଏହାପରେ ସେ ନିଜକୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖିଥିଲେ। ତେବେ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସେ ନିଜ ଟୁଇଟର ହ୍ୟାଣ୍ଡେଲରେ ଟୁଇଟ୍‌ କରି ସୋମବାର ସୂଚନା ଦେଇଛନ୍ତି। ରବିବାର ତାଙ୍କର ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବା ନେଇ ସେ ଟୁଇଟ୍‌ କରିଥିଲେ। ତାଙ୍କ ସହିତ ମିଳାମିଶା କରିଥିବା ଲୋକେ ଶୀଘ୍ର ନିଜ ନିଜର ନମୁନା ପରୀକ୍ଷା କରାଇ ନେବାକୁ ସେ ପରାମର୍ଶ ଦେଇଥିଲେ। ଏବେ ରାମସେତୁ ଫିଲ୍ମର ଶୁଟିଂରେ ଅକ୍ଷୟ ବ୍ୟସ୍ତ ଥିଲେ।  ସେ କରୋନା ପଜିଟିଭ୍‌ ହୋଇଥିବାରୁ ଫିଲ୍ମର ଶୁଟିଂ ଅଧାରେ ଅଟକି ଯାଇଛି। ଶୀଘ୍ର ସୁସ୍ଥ ହୋଇ କର୍ମକ୍ଷେତ୍ରରେ ସେ ଯୋଗଦେବେ ବୋଲି ଟୁଇଟ୍‌ କରିଛନ୍ତି।

Share