ଓଟିଟିରେ ରିଲିଜ୍ ହେବ ‘ରାମ ସେତୁ’

ମୁମ୍ବାଇ: ବଲିଉଡର ମୋଷ୍ଟ ଆୱେଟେଡ ଫିଲ୍ମ ‘ରାମ ସେତୁ’ ବକ୍ସ ଅଫିସରେ ସେମିତି କିଛି କମଲ ଦେଖାଇ ପାରିଲା ନାହିଁ । ଫିଲ୍ମକୁ ଯେତିକି ଉତ୍ସୁକତାର ସହ ଅପେକ୍ଷା ଥିଲା ତାହାକୁ ସେତିକି ରିଆକ୍ସନ ମିଳିଲା ନାହିଁ । ଏହା ଯଦିଓ ଥିଏଟରରେ ସେମିତି କିଛି କମାଲ କରିପାରିଲା ନାହିଁ ହେଲେ ଏବେ ଘରେ ବସି ଦର୍ଶକେ ଏହାର ମଜା ଉଠାଇ ପାରିବେ । ଏବେ ଏହା ଓଟିଟିରେ ରିଲିଜ୍ ହେବାକୁ ପ୍ରସ୍ତୁତ ହୋଇଗଲାଣି ।
ଅକ୍ଷୟ କୁମାର ଷ୍ଟାରର ମୁଭି ‘ରାମ ସେତୁ’ର ରାଇଟ୍ସ ପ୍ରାଇମ ଭିଡିଓ କିଣି ନେଇ ସାରିଛି । ଏବେ ଏହି ଫିଲ୍ମ ‘ପ୍ରାଇମ ଭିଡିଓ’ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଛି । ଫିଲ୍ମଟି ୯ କିମ୍ବା ୧୬ ଡିସେମ୍ବର ୨୦୨୨ରେ ରିଲିଜ୍ ହେବ । ଯେଉଁମାନେ ଥିଏଟରରେ ଫିଲ୍ମର ମଜା ନେଇ ପାରି ନାହାନ୍ତି ଏବେ ସେମାନେ ଘରେ ବସି ଏହାର ମଜା ନେଇପାରିବେ । ଫିଲ୍ମ ‘ରାମ ସେତୁ’ ହିନ୍ଦୀ, ତାମିଲ, ତେଲଗୁ, ମାଲୟାଲମ ଓ କନ୍ନଡ ଭାଷାରେ ରିଲିଜ୍ କରାଯିବ ।

Share