କରୀନା କପୁରଙ୍କ ଉପରକୁ କଫି ମଗ୍‌ ଫୋପାଡିଲେ ଏହି ଅଭିନେତା, ଆଉ ତା’ପରେ

ନିକଟରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ କରୀନା କପୁରଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅକ୍ଷୟ କୁମାର କରୀନାଙ୍କ ଉପରେ କଫି ଭର୍ତ୍ତି ମଗ୍ ଫୋପାଡିଥିବାର ନଜର ଆସିଛନ୍ତି, ଯାହା ଅଭିନେତ୍ରୀଙ୍କୁ ବହୁତ ଚକିତ କରି ଦେଇଛି। କରୀନା ଏବଂ ଅକ୍ଷୟଙ୍କ ଏହି ଭିଡିଓ ଫିଲ୍ମ ‘ଗୁଡ ନ୍ୟୁଜ’ର ପ୍ରମୋଶନ ସମୟରେ ଆସିଛି। ଅଭିନେତା ଅକ୍ଷୟ କୁମାର ପ୍ରାୟତଃ ତାଙ୍କ ସହ-କଳାକାରମାନଙ୍କ ସହିତ ଥଟ୍ଟା ପରିହାସ କରନ୍ତି। ସେ କରୀନା କପୁରଙ୍କ ସହ କଫି ମଗ୍‌ ଫୋପାଡିବାର ଅଭିନୟ କରିଥିଲେ।
ଏହି ଭିଡିଓରେ ଅକ୍ଷୟ କରୀନାଙ୍କ ଉପରେ ଏକ ଖାଲି କଫି କପ ଫୋପାଡିବାର ଅଭିନୟ କରିଥିଲେ। ଅକ୍ଷୟ କୁମାର ଏବଂ କରୀନାଙ୍କ ଏହି ମଜାଳିଆ ଭିଡିଓ ଉପରେ ପ୍ରଶଂସକମାନେ ବହୁତ କମେଣ୍ଟ କରୁଛନ୍ତି। ଅକ୍ଷୟ କୁମାର ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ବେଲ ବଟମ’ର ସୁଟିଂ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କ ବ୍ୟତୀତ ବାଣୀ କପୁର, ଲାରା ଦତ୍ତା, ହୁମା କ୍ୟୁରେଶି ଅନେକ ବଲିଉଡ ଅଭିନେତା ନଜର ଆସିବେ।

Share