ଭିଡିଓ ଶେୟାର କରି ଧନ୍ୟବାଦ ଦେଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ତାଙ୍କ ଦରିୟା ଦିଲ୍‌ ପାଇଁ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ। ଏଥର ସେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ବିଭିନ୍ନ ସମୟରେ ସେ ସୋସିଆଲ ମିଡିଆରେ ଭିଡିଓ ଶେୟାର କରୁଥିବା ବେଳେ ନିକଟରେ ସେ କରୋନା ଯୋଦ୍ଧାଙ୍କ ପ୍ରଶଂସାରେ କିଛି ଭିଡିଓ ଶେୟାର କରି ସେମାନଙ୍କୁ ପ୍ରଶଂସା କରୁଥିବା ଦେଖାଯାଇଥିଲା। ଏବେ ସେ ଯେଉଁ ଭିଡିଓ ଶେୟାର କରିଛନ୍ତି ସେଥିରେ ସେ ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ(ସିଆଇଏସ୍‌ଏଫ୍‌)ର ଯବାନଙ୍କୁ ପ୍ରଶଂସା କରିଛନ୍ତି। କରୋନା ଯୁଦ୍ଧରେ ଏମାନେ ବି ଆଗଧାଡିର ଯୋଦ୍ଧା ବୋଲି ସେ କହିଛନ୍ତି। ଏମାନେ ସାଧାରଣତଃ ବିମାନ ବନ୍ଦର, ମେଟ୍ରୋ ଷ୍ଟେଶନ ଆଦିରେ ସୁରକ୍ଷା ଯୋଗାଇ ଥାଆନ୍ତି। ଏମାନେ ବି କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ବୋଲି ସେ କହିଛନ୍ତି। ଆହୁରି ମଧ୍ୟ ଏମାନେ ମାସ୍କ ବାଣ୍ଟିବା, ଖାଦ୍ୟ ବାଣ୍ଟିବା କାମରେ ସହଯୋଗ କରିଥାଆନ୍ତି। ତେଣୁ ଭଗବାନ କରନ୍ତୁ ଏମାନେ ସଂକ୍ରମଣର ଶିକାର ନ ହୁଅନ୍ତୁ ବୋଲି କହିଛନ୍ତି ଅକ୍ଷୟ। ଅକ୍ଷୟ ଆହୁରି ମଧ୍ୟ କହିଛନ୍ତି ସେମାନେ ତାଙ୍କ ପରିବାର କଥା ଚିନ୍ତା ନ କରି ଆଜି ଆଗ ଧାଡିର ଯୋଦ୍ଧା ସାଜିଥିବାରୁ ଆମେ ଘରେ ସୁରକ୍ଷିତ ରହିଛୁ। ତେଣୁ ଏମାନଙ୍କୁ ମୁ ସାଲ୍ୟୁଟ କରୁଛି ଅନ୍ତରରୁ ଧନ୍ୟବାଦ ମଧ୍ୟ ଜଣାଉଛି। ଏହାକୁ ଦେଖିବା ପରେ ସିଆଇଏସ୍‌ଏଫ୍‌ ମଧ୍ୟ ଟୁଇଟ୍‌ କରି ଅକ୍ଷୟଙ୍କୁ ଧନ୍ୟବାଦ ଜଣାଇଛି।

Share