ମା’ଙ୍କୁ ନେଇ ଇମୋସନାଲ ପୋଷ୍ଟ କଲେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଫିଲ୍ମ ସହିତ ସୋସିଆଲ ମିଡିଆରେ ମଧ୍ୟ ଆକ୍ଟିଭ ରୁହନ୍ତି । ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ସେ ବାନ୍ଧି ରଖନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ସୂର୍ଯବଂଶୀ’କୁ ବେଶ୍‌ ପ୍ରଶଂସା କରିଛନ୍ତି ଦର୍ଶକ। ସେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ଲମ୍ବା କେଶ ସହିତ ଚଷମା ପିନ୍ଧିଥିବା ନଜର ଆସୁଛନ୍ତି ।

ତେବେ ସେ ଭିଡିଓ ଶେୟାର ଲେଖିଛନ୍ତି ଯେ, ‘ ଆଜି ମା’ ବହୁତ ମନେ ପଡୁଛନ୍ତି’ । ଚଳିତ ବର୍ଷ ସେପ୍ଟେମ୍ବର ୮ରେ ତାଙ୍କ ମା’ଙ୍କର ଦେହାନ୍ତ ହୋଇଥିଲା । ମା’ଙ୍କ ଦେହାନ୍ତ ପରେ ଅକ୍ଷୟ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ । ଆଉ ଏବେ ପୁଣି ଥରେ ସେ ନିଜ ମା’ଙ୍କ କଥା ମନେ ପକାଇ ଭାବବିହ୍ବଳ ହୋଇ ପଡିଛନ୍ତି ।

Share