ପ୍ରକାଶ ପାଇଲା ଫୋର୍ବସ ତାଲିକା: ସର୍ବାଧିକ ଆୟରେ ଏହି ଭାରତୀୟ ଅଭିନେତା ସାମିଲ

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବେଶ୍‌ ଦବ୍‌ଦବା ରହିଛି। ତାଙ୍କ ଆକ୍ସନ ଓ ଅଭିନୟର ଜାଦୁ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ବାନ୍ଧି ରଖିଛି। ଅକ୍ଷୟ ବଲିଉଡ୍‌ରେ ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ଦେଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଫୋର୍ବସ ପକ୍ଷରୁ ଚଳିତ ବର୍ଷ ବିଶ୍ୱର ସର୍ବାଧିକ ଆୟ କରିଥିବା ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ଟପ୍‌-୧୦ ଅଭିନେତାଙ୍କ ତାଲିକାରେ ଅକ୍ଷୟ କୁମାର ଏକମାତ୍ର ଭାରତୀୟ ସାମିଲ ହୋଇଛନ୍ତି।

 

ସୂଚନାଯୋଗ୍ୟ, ଫୋର୍ବସ ଚଳିତ ବର୍ଷ ସର୍ବାଧିକ ଆୟ କରିଥିବା ପୁରୁଷ ଅଭିନେତାଙ୍କ ଏକ ତାଲିକା ଜାରି କରିଛି। ଯେଉଁଥିରେ ଅକ୍ଷୟ ହଲିଉଡ୍‌ ଷ୍ଟାରଙ୍କୁ ବି ପଛରେ ପକାଇଦେଇଥିବା ଜଣାପଡ଼ିଛି। ଆମେରିକାର ବିଜନେସ୍‌ ମାଗାଜିନ ଫୋର୍ବସରେ ବିଶ୍ୱର ସର୍ବାଧିକ ଆୟ କରିଥିବା ଟପ୍‌-୧୦ ଅଭିନେତାଙ୍କ ଏହି ତାଲିକାରେ ଅକ୍ଷୟ କୁମାର ୩୬୨ କୋଟି ଟଙ୍କା ଆୟ କରି ଷଷ୍ଠ ସ୍ଥାନ ଅକ୍ତିଆର କରିଛନ୍ତି। ରିପୋର୍ଟ ଅନୁସାରେ ତାଙ୍କ ରୋଜଗାରର ବଡ଼ ଉତ୍ସ ହେଉଛି ବିଜ୍ଞାପନ। ଏହି ରେସ୍‌ରେ ଅଭିନେତା ସଲମାନ ଓ ଶାହରୁଖଙ୍କ ବି ଅକ୍ଷୟ ପଛରେ ପକାଇଦେଇଛନ୍ତି। ସେହିପରି ଫୋର୍ବସର ଏହି ତାଲିକାର ପ୍ରଥମ ସ୍ଥାନରେ ୬୫୪ କୋଟି ଟଙ୍କା ଆୟ କରି ଡ୍ବେନ ଜନସନ୍‌ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରୟାନ ରେନଲୋଡ୍ସ ୫୩୪ କୋଟି ଟଙ୍କା ଆୟ କରି ରେକର୍ଡ କରିଛନ୍ତି।

 

 

Share