ରିଲିଜ୍‌ ପୂର୍ବରୁ ବାରଣାସୀରେ ପହଞ୍ଚିଲେ ଷ୍ଟାରକାଷ୍ଟ

ବଲିଉଡର ଆକ୍ସନ ଷ୍ଟାର ଅକ୍ଷୟ କୁମାର ଏବଂ ମାନୁଷୀ ଛିଲାର ଆଗାମୀ ଫିଲ୍ମ‘ସମ୍ରାଟ ପୃଥ୍ବୀରାଜ’କୁ ନେଇ ଏବେ ଚର୍ଚ୍ଚାରେ। ଫିଲ୍ମର ପ୍ରମୋଶନରେ ଦୁହେଁ ଏବେ ଖୁବ୍‌ ବ୍ୟସ୍ତ। ଅକ୍ଷୟ ,ମାନୁଷୀ ଏବଂ ପୁରା ଟିମ ବିଭିନ୍ନ ସହର ପରିଦର୍ଶନ କରି ଏକ ବିଶେଷ ଢଙ୍ଗରେ ଫିଲ୍ମର ପ୍ରମୋଶନ କରୁଛନ୍ତି । ବର୍ତ୍ତମାନ ଫିଲ୍ମର ଷ୍ଟାରକାଷ୍ଟ ବାରଣାସୀରେ ପହଞ୍ଚି ଫିଲ୍ମର ସଫଳତା ପାଇଁ ଗଙ୍ଗାଙ୍କୁ ପୂଜା କରିଥିବା ଦେଖିବାକୁ ମିଳିଛି। ଅକ୍ଷୟ କୁମାର ଗଙ୍ଗା ଘାଟରେ ଆଳତୀ କରିବା ସହିତ ଏକ ବୁଡ଼ ପକାଇଲେ । ସୋସିଆଲ ମିଡିଆରେ ଅକ୍ଷୟ ଗଙ୍ଗା ଘାଟରୁ ନିଜର ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ହାତରେ ପୂଜା ଥାଳି ଧରି ଆଳତୀ କରୁଥିବା ନଜର ଆସିଥିଲେ ।

Share