ଅକ୍ଷୟଙ୍କୁ ମିଳିଲା ଅନୁମତି, ଅଯୋଧ୍ୟାର ପ୍ରକୃତ ଲୋକେଶନରେ ହେବ ‘ରାମ ସେତୁ’ର ଶୁଟିଂ

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଏବେ ତାଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ବ୍ୟସ୍ତ ରହୁଥିବା ଦେଖାଯାଇଛି । କିଛିଦିନ ତଳେ ସେ ତାଙ୍କ ଅଗାମୀ ପ୍ରୋଜେକ୍ଟ ‘ରାମ ସେତୁ’ କଥା ଆଲୋଚନା କରିଥିବା ଜଣାପଡିଥିଲା । କିଛିଦିନ ତଳେ ଏହାର ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଥିଲା । ଏବେ ଏହାକୁ ନେଇ ଆସିଛି ଆଉ ଏକ ଖବର । ରାମ ସେତୁର ଶୁଟିଂ ଏବେ ଅଯୋଧ୍ୟାର ରିୟଲ ଲୋକେଶନରେ କରାଯିବ । ଏଥିପାଇଁ ଅକ୍ଷୟ ଚେଷ୍ଟା ଜାରି ରଖିଥିବା ବେଳେ ଶେଷରେ ଏଥିରେ ସଫଳ ହୋଇଛନ୍ତି । ଏହାକୁ ନେଇ ସେ ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କ୍‌ଥା ହୋଇଥିବା ବେଳେ ଏବେ କିନ୍ତୁ ଏହାକୁ ଅନୁମତି ମିଳିଯାଇଛି । ନିକଟରେ ଯୋଗୀ ଆଦିତ୍ୟନାଥ ମୁମ୍ବାଇ ଗସ୍ତ କରିଥିବା ବେଳେ ସେଠାରେ ସେ ଉତ୍ତରପ୍ରଦେଶରେ ନିର୍ମାଣ ହେବାକୁ ଥିବା ଫଲ୍ମ ସିଟି ବିଷୟରେ କେତେଜଣ କଳାକାରଙ୍କ ସହ କଥା ହୋଇଥିଲେ । ଏହି ସମୟରେ ଅକ୍ଷୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ରାମ ସେତୁ ଶୁଟିଂ କଥା ଉଠାଇଥିବା ବେଳେ ଏଥିପାଇଁ ତାଙ୍କୁ ଅନୁମତି ମିଳିଥିବା ଜଣାପଡିଛି । ତେବେ ୨୦୨୧ ମଧ୍ୟ ଭାଗରେ ଏହାର ଶୁଟିଂ ଅଯୋଧ୍ୟାର ରିୟଲ ଲୋକେଶନରେ ହେବ ବୋଲି ଜଣାପଡିଛି ।

Share