ପରିବାର ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ମାଳଦ୍ୱୀପରେ ପରିବାର ସହ ଛୁଟି ମନାଉଛନ୍ତି। ଅକ୍ଷୟ ଓ୍ବାଟର ସ୍ଲାଇଡିଂ କରୁଥିବା ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ଅକ୍ଷୟ ପ୍ରଶଂସକମାନଙ୍କୁ ପଚାରିଛନ୍ତି, ଏହି ଓ୍ବାଟର ସ୍ଲାଇଡ୍‌ କରିବା ପାଇଁ କିଏ କହିଛନ୍ତି?। ଅକ୍ଷୟଙ୍କର ଏହି ଭିଡିଓ ଦେଖିଲେ ଆପଣ ମଧ୍ୟ ହସ ରୋକି ପାରିବେନି।

ଭିଡିଓରେ ଅକ୍ଷୟ ଫିସ୍‌ ଶେପ ପୁଲ୍‌ରେ ଫ୍ଲୋଟ୍‌ ପ୍ରପ୍‌ରେ ବସି ଓ୍ବାଟର ସ୍ଲାଇଡିଂ କରୁଥିବା ଦେଖିବାକୁ ମିଳିଛି। ଏଥିରେ ଅକ୍ଷୟ କ୍ୟାପଶନ ଲେଖିଛନ୍ତି, ଛୁଟିର ଶେଷ ଦିନ। ଅକ୍ଷୟଙ୍କ ଏହି ଭିଡିଓ ଦେଖି ପ୍ରଂଶସକମାନେ ସ୍ମାଇଲିଂ ଇମୋଜି ଜରିଆରେ ପ୍ରତିକ୍ରିୟା ଦେଇଛନ୍ତି।

ଅକ୍ଷୟଙ୍କ ପୂର୍ବରୁ ଟ୍ବିଙ୍କଲ ଖାନ୍ନା ବି ମାଳଦୀପରେ ଛୁଟି କାଟୁଥିବା ଅନେକ ଫଟୋ ଶେୟାର କରିଥିଲେ। ତାଙ୍କ ସହ ଭଉଣୀ ରିଙ୍କି ଖାନ୍ନା ମଧ୍ୟ ଥିଲେ। ଅକ୍ଷୟଙ୍କ ପୂରା ପରିବାର ଏବେ ମାଳଦ୍ୱୀପରେ।

Share