‘ହର୍‌ ଘର ତ୍ରିରଙ୍ଗା’ ରାଲିର ଶୁଭାରମ୍ଭ କଲେ ଖିଲାଡିବୟ

ମୁମ୍ବାଇ: ସ୍ବାଧୀନତା ଦିବସ ପୂର୍ବରୁ ଅକ୍ଷୟ କୁମାର ଡେପୁଟି ସିଏମ୍‌ ଦେବେନ୍ଦ୍ର ଫଡ୍‌ନାବିସ୍‌ଙ୍କ ସହ ମୁମ୍ବାଇରେ ପୋଲିସ କର୍ମଚାରୀଙ୍କ ପାଇଁ ୧୦ କିଲୋମିଟର ଦୌଡ଼କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଭାରତ ସ୍ବାଧୀନତାର ୭୫ ତମ ବର୍ଷ ପାଳନ ପାଇଁ ମେରାଇଭ୍‌ ଡ୍ରାଇଭରେ ୧୦୦ ଚାରିଚକିଆ ଯାନ ଏବଂ ୬୦ ବାଇକ୍‌ ବିଶିଷ୍ଟ ଏହି ରାଲିର ଆୟୋଜନ କରାଯାଇଥିଲା।

ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ଦୌଡ଼ରେ ପ୍ରାୟ ୩୫୦୦ ପୋଲିସ କର୍ମଚାରୀ ଅଂଶଗ୍ରହଣ କରିଥିଲେ।
ଏହାପୂର୍ବରୁ ଅକ୍ଷୟ କୁମାର ଏବଂ ଅମିର ଖାନ, ସଲମାନ ଖାନ, ଅମିତାଭ ବଚ୍ଚନ, ଶିଳ୍ପା ଶେଟ୍ଟୀ, ରଣବୀର କପୁର, ଆଲିଆ ଭଟ୍ଟ, ହ୍ରିତିକ ରୋଶନ, ଜିତେନ୍ଦ୍ର, କଙ୍ଗନା ରାଣାଓ୍ବତ, ଗୋବିନ୍ଦା, ଧର୍ମେନ୍ଦ୍ର, ଅନିଲ କପୁର, ସନ୍ନି ଦେଓଲ ଅଂଶଗ୍ରହଣ କରିଥିଲେ। ଆଜାଦି କା ଅମୃତ ମହୋତ୍ସବ ଅଭିଯାନରେ ହର ଘର ତ୍ରିରଙ୍ଗାକୁ ଉତ୍ସାହିତ କକରିଥିଲେ। ଆସନ୍ତାକାଲି ଭାରତର ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳ ପାଇଁ ପ୍ରସ୍ତୁତ ହେଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ହର ଘର୍‌ ତିରଙ୍ଗା’ ଅଭିଯାନ ସାରା ଦେଶରେ ପାଳନ କରାଯାଉଛି।

Share