ରିଲିଜ୍‌ ପୂର୍ବରୁ ବିବାଦରେ ଅକ୍ଷୟଙ୍କ ‘ଓ୍ବେଲକମ୍‌-୩’, ଫିଲ୍ମର ଶୁଟିଂ ବନ୍ଦ

ମୁମ୍ବାଇ: ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ଚର୍ଚ୍ଚିତ ଫିଲ୍ମ ‘ ଓ୍ବେଲକମ୍‌-୩’ ସହିତ ଫେରୁଛନ୍ତି। ନିକଟରେ ଓ୍ବେଲକମ୍‌ ଟୁ ଦ ଜଙ୍ଗଲ’ର ଟିଜର ମୁକ୍ତିଲାଭ କରିଥିଲା, ଯାହା ଦର୍ଶକଙ୍କଠାରୁ ଅନେକ ସକାରାତ୍ମକ ପ୍ରତିକ୍ରିୟା ପାଇଥିଲା। କିନ୍ତୁ ଏହି ସମୟରେ ଫିଲ୍ମକୁ ନେଇ ଏକ ନୂଆ ବିବାଦ ଦେଖାଦେଇଛି। କୁହାଯାଉଛି ଯେ ଫିଲ୍ମର ଶୁଟିଂକୁ ବନ୍ଦ କରିଦିଆଯାଇଛି।

ବାସ୍ତବରେ ଫେଡେରେଶନ ଅଫ ୱେଷ୍ଟର୍ନ ଇଣ୍ଡିଆ ସିନେ କର୍ମଚାରୀ (ଏଫ୍‌ଡବ୍ଲ୍ୟୁଆଇସିଇ) ଫିଲ୍ମର ନିର୍ମାତା ଫିରୋଜ ନାଡିଆଡୱାଲାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଫିରୋଜଙ୍କ ବିରୋଧରେ ଏହି ଅଭିଯୋଗ ଅଛି ଯେ, ଏହି ଫ୍ରାଞ୍ଚାଇଜ୍‌ର ପୂର୍ବ ଚଳଚ୍ଚିତ୍ରରେ କାମ କରୁଥିବା କର୍ମଚାରୀମାନଙ୍କୁ ସେ ଏପର୍ଯ୍ୟନ୍ତ ପେମେଣ୍ଟ କରିନାହାଁନ୍ତି। ଏହି କର୍ମଚାରୀମାନଙ୍କ ମଧ୍ୟରେ ଅନେକ ଟେକ୍ନିସିଆନ ଏବଂ କଳାକାର ଅନ୍ତର୍ଭୁକ୍ତ, ଯେଉଁମାନେ ଏଯାଏ ଦରମା ପାଇନାହାଁନ୍ତି।

ଏଫ୍‌ଡବ୍ଲ୍ୟୁଆଇସିଇ ଅନୁଯାୟୀ, ଫିରୋଜ କର୍ମଚାରୀମାନଙ୍କୁ ଦରମା ଦେବା ପାଇଁ ପ୍ରାୟ ୪କୋଟି ଟଙ୍କା କଥା ହୋଇଥିଲେ। କିନ୍ତୁ ପରେ ସେ ଏହାକୁ ୨କୋଟି ଟଙ୍କାକୁ ହ୍ରାସ କରିଥିଲେ। ଯେତେବେଳେ କର୍ମଚାରୀମାନେ ଚେକ୍‌କୁ ବ୍ୟାଙ୍କକୁ ନେଇକି ଯାଇଥିଲେ, ଚେକ ବାଉନ୍ସ ହୋଇଥିଲା। ଏଭଳି ପରିସ୍ଥିତିରେ ଏଫ୍‌ଡବ୍ଲ୍ୟୁଆଇସିଇ କହିଛି ଯେ, ପେମେଣ୍ଟ ନହେବା ପର୍ଯ୍ୟନ୍ତ ଫିଲ୍ମର ଶୁଟିଂ ଆରମ୍ଭ ହେବ ନାହିଁ। ସୂଚନାଯୋଗ୍ୟ, ଏହି ସମସ୍ତ ଘଟଣା ‘ଓ୍ବେଲକମ୍‌-୨’ ସମୟରେ ଘଟିଥିଲା, ଯାହା ୨୦୧୫ରେ ମୁକ୍ତିଲାଭ କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

ଛୋଲେ-ଭଟୁରେ ତିଆରି କଲେ ପ୍ରିୟଙ୍କା ଗାନ୍ଧୀ, ସୋସିଆଲ ମିଡିଆରେ ଫଟୋ ସେୟାର କରି ରାହୁଲ କହିଲେ…

ନୂଆଦିଲ୍ଲୀ,୧୩।୯: କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଛୋଲେ-ଭଟୁରେର ଏକ ଫଟୋ ସେୟାର କରିଛନ୍ତି…

ଆକାଶ ଆନନ୍ଦଙ୍କ ଉପରେ ପୁଣି ବର୍ଷିଲେ ମାୟାବତୀ, ମୁଁ ଅସୁସ୍ଥ…..

ଲକ୍ଷ୍ନୌ,୧୩।୯: ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ରବିବାର ଗଣମାଧ୍ୟମ ସହ ଆଲୋଚନା କରି ଆକାଶ ଆନନ୍ଦଙ୍କୁ ନେଇ ପୁଣି ବଡ଼ ଅଭିଯୋଗ ଆଣିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?