ଟୁଇଟର ୟୁଜର୍ସଙ୍କ ଟାର୍ଗେଟରେ ଅକ୍ଷୟ!

ମୁମ୍ବାଇ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବେ ଟୁଇଟର ୟୁଜସଙ୍କ ଟାର୍ଗେଟକୁ ଆସି ଯାଇଛନ୍ତି । କାରଣ ତାଙ୍କ ଅପକମିଂ ଫିଲ୍ମ ‘ଲକ୍ଷ୍ମୀ ବମ୍‌’କୁ ନେଇ ୟୁଜର୍ସ ରାଗି ଯାଇଛନ୍ତି । #ShameOnUAkshayKumar ଏବେ ଟୁଇଟରରେ ଟ୍ରେଣ୍ଡ କରୁଛି । ଅସଲ କଥା ହେଲା ଫିଲ୍ମରେ ଅକ୍ଷୟ ଆସିଫ ନାମକ ଏକ କ୍ୟାରେକ୍ଟର ପ୍ଲେ କରୁଛନ୍ତି । ଆଉ ତାଙ୍କର ପୂଜା ନାମକ ଜଣେ ଯୁକତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଛି । ପୂଜା ଭୂମିକାରେ କିୟାରା ଆଡଭାନୀ ନଜର ଆସିଛନ୍ତି । ଦର୍ଶକଙ୍କ ନଜରରେ ଆସିଫ-ପୂଜାଙ୍କ ପ୍ରେମ କାହାଣୀ ଲଭ-ଜେହାଦକୁ ପ୍ରମୋଟ କରିବା ସହ ସମାନ । ସେଥିପାଇଁ ସେମାନେ ଟୁଇଟରରେ ନିଜ ନିଜର ରାଗ ପ୍ରକାଶ କରୁଛନ୍ତି । ଆହୁରି ମଧ୍ୟ ଫିଲ୍ମର ଟାଇଟଲରୁ ଲକ୍ଷ୍ମୀ ଶବ୍ଦ ଉଠାଇ ଦେବାକୁ ଦାବି କରାଯାଇଛି । ଫିଲ୍ମଟି ଦିପାବଳୀରେ ରିଲିଜ୍ ହେବାକୁ ଥିବାରୁ ଏଠାରେ ଲକ୍ଷ୍ମୀଙ୍କର ଅପମାନ କରାଯାଇଛି ବୋଲି ମଧ୍ୟ କୁହାଯାଉଛି ।

Share