ଅକ୍ଷୟଙ୍କ ଖୁସି କହିଲେ ନ ସରେ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜ ଆଗାମୀ ଚଳଚ୍ଚିତ୍ର ‘ରାମ ସେତୁ’ର ଶୁଟିଂ ଆରମ୍ଭ କରିଛନ୍ତି। ନିକଟରେ ଅକ୍ଷୟ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ନୁଶରତ ଭରୁଚାଙ୍କ ସହ ପହଞ୍ଚିଥିଲେ। ରାମଲାଲାଙ୍କ ଆଶୀର୍ବାଦ ନେବା ପରେ ଫିଲ୍ମ ଶୁଟିଂ ଆରମ୍ଭ ହୋଇଛି। ଏନେଇ ବେଶ୍‌ ଖୁସି ନଜର ଆସିଛନ୍ତି ଅକ୍ଷୟ। ସେ ତାଙ୍କ ଲୁକର ଏକ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋ ଅକ୍ଷୟ ଲମ୍ବା କେଶ ସହିତ ଏକ ଭିନ୍ନ ଅବତାରରେ ନଜର ଆସୁଛନ୍ତି। ଫଟୋ ଶେୟାର କରି ଅକ୍ଷୟ କୁମାର କହିଛନ୍ତି, ମୋ ପାଇଁ ଏକ ସ୍ବତନ୍ତ୍ର ଫିଲ୍ମ ନିର୍ମାଣ କରିବାର ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି। ରାମ ସେତୁ ଶୁଟିଂ ଆରମ୍ଭ ହୋଇଛି। ମୁଁ ଏହି ଚଳଚ୍ଚିତ୍ରରେ ଜଣେ ପ୍ରତ୍ନତତ୍ତ୍ୱବିତ୍‌ ଭୂମିକାରେ ଅଭିନୟ କରୁଛି। ଲୁକ ଉପରେ ଆପଣଙ୍କର ରାୟ ଶୁଣିବାକୁ ପସନ୍ଦ କରିବି। ଏହା ମୋ ପାଇଁ ସର୍ବଦା ଆବଶ୍ୟକ ବୋଲି ସେ କହିଛନ୍ତି। ଅକ୍ଷୟ କୁମାରଙ୍କ ଏହି ଲୁକକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। ରାମ ସେତୁ ବ୍ୟତୀତ ଅକ୍ଷୟଙ୍କ ବଚ୍ଚନ ପାଣ୍ଡେ, ବେଲବଟମ ଭଳି ଫିଲ୍ମ ମଧ୍ୟ ମୁକ୍ତିଲାଭ କରିବାର ଅଛି। ଏପ୍ରିଲ ୩୦ରେ ଅକ୍ଷୟଙ୍କ ଅଭିନୀତ ‘ସୂର୍ଯ୍ୟବଂଶୀ’ ରିଲିଜ୍‌ ହେବ।

Share