ତିନି ଥର ପ୍ରେମରେ ପଡ଼ିଥିଲେ, ତଥାପି ଏଯାଏ କାହିଁକି ବିବାହ କରିନାହାନ୍ତି ଅକ୍ଷୟ ଖନ୍ନା?

ମୁମ୍ବାଇ: ବଲିଉଡ୍‌ରେ ଅନ୍ୟ ଷ୍ଟାରଙ୍କ ଭଳି ଷ୍ଟାରକିଡ୍ସଙ୍କ ଭାଗ୍ୟ ପରୀକ୍ଷା ହୋଇଥାଏ। କିଛି ସଫଳତାର ଶିଖର ଛୁଇଁବାରେ ସଫଳ ହେଉଥିବା ବେଳେ କିଛି ମା’ବାପାଙ୍କ ନାମ ସହ ଦର୍ଶକଙ୍କ ପ୍ରଶଂସା ସତ୍ତ୍ୱେ ଫେଲ୍‌ ମାରିଥାନ୍ତି। ଆଜି ଆମେ ଯେଉଁ ଷ୍ଟାରଙ୍କ ବିଷୟରେ କହିବୁ, ତାଙ୍କ ଜୀବନ ବି କିଛି ସେଭଳି ରହିଆସିଛି। ସେ ହେଲେ ଅକ୍ଷୟ ଖନ୍ନା। ଅକ୍ଷୟଙ୍କ ବାପା ବିନୋଦ ଖନ୍ନା ବଡ଼ ଷ୍ଟାର ଥିଲେ। ହେଲେ ପୁଅଙ୍କ ଚମତ୍କାର ଅଭିନୟ ସତ୍ତ୍ୱେ ବି ସେ ସେତେଟା ଖ୍ୟାତି ପାଇ ନ ଥିଲେ। କେବଳ କ୍ୟାରିୟର ନୁହେଁ ବରଂ ପ୍ରେମରେ ମଧ୍ୟ ତାଙ୍କ ହୃଦୟ ଏକାଧିକ ଥର ଭାଙ୍ଗିଥିଲା।

ବଲିଉଡ୍‌ର ମୋଷ୍ଟ ହ୍ୟାଣ୍ଡସମ୍‌ ହିରୋ ବିନୋଦ ଖନ୍ନାଙ୍କ ଘରେ ଜନ୍ମ ନେଇଥିଲେ ଅକ୍ଷୟ। ପିଲାଟି ଦିନରୁ ସେ ସିନେମା ପ୍ରତି ଆକର୍ଷିତ ହେଉଥିଲେ। ବାପାଙ୍କ ବଡ଼ ନାମ ଯୋଗୁ ସେ ସିନେମାରେ ପାଦ ଥାପିଥିଲେ। ‘ହିମାଳୟ ପୁତ୍ର’ ଜରିଆରେ କ୍ୟାରିୟର ଆରମ୍ଭ କରିଥିବା ଅକ୍ଷୟ ‘ବର୍ଡର’, ‘ମୋହବତ’, ‘ତାଲ’, ‘ଦିଲ ଚାହତା ହେ’, ‘ହମରାଜ’, ‘ହଙ୍ଗାମା’, ‘ହଲଚଲ’, ‘ରେସ୍‌’ ଭଳି ଫିଲ୍ମରେ ନିଜର ଅଭିନୟ ଦକ୍ଷତା ଦେଖାଇଥିଲେ। ବିଶେଷକରି ବଡ଼ ପରଦାରେ ପ୍ରେମିକ ସାଜି ସମସ୍ତଙ୍କ ହୃଦୟ ଜିତିଥିଲେ ଅକ୍ଷୟ। ହେଲେ ବାସ୍ତବିକ ଜୀବନରେ ସେ ଯେତେଥର ପ୍ରେମରେ ପଡ଼ିଥିଲେ ବିଫଳ ହୋଇଥିଲେ। ଏକ ସମୟରେ ଅକ୍ଷୟ ନିଜଠାରୁ ୨୭ ବର୍ଷ ବଡ଼ ଜୟଲଳିତାଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ। ଏହାପରେ ତାଙ୍କ ନାମ ତିନିଜଣ ବଲିଉଡ୍‌ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଥିଲା।

ଅକ୍ଷୟ ଖନ୍ନାଙ୍କ ଜୀବନରେ ତାରା ଶର୍ମା ଆସିଥିଲେ। ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଗୁଜବ ଶୁଣିବାକୁ ମିଳିଥିଲା। ତାରାଙ୍କ ସହ ତାଙ୍କର ସମ୍ପର୍କ ବହୁତ ଦିନ ପର୍ଯ୍ୟନ୍ତ ଚାଲିଥିଲା ଏବଂ ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ‘ତାଲ’ ଫିଲ୍ମରେ କାମ କରିବା ସମୟରେ, ଐଶ୍ୱର୍ଯ୍ୟା ଏବଂ ଅକ୍ଷୟଙ୍କ ଯୋଡ଼ିକୁ ବହୁତ ପସନ୍ଦ କରାଯାଇଥିଲା। ଏହି ସମୟରେ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଥିଲେ। ଏକ ସାକ୍ଷାତକାର ସମୟରେ ଅକ୍ଷୟ ନିଜେ କହିଥିଲେ ଯେ ସେ ଐଶ୍ୱର୍ଯ୍ୟାଙ୍କ ସୁନ୍ଦର ଚେହେରାରୁ ଆଖି ଫେରାଇ ପାରୁନାହାନ୍ତି। ହେଲେ ଏହି ସମ୍ପର୍କ ମଧ୍ୟ ଅଧିକ ଦିନ ତିଷ୍ଠି ପାରିଲା ନାହିଁ।

ଐଶ୍‌ଙ୍କ ପରେ କପୁର ପରିବାରର କରିସ୍ମା କପୁରଙ୍କ ଠାରୁ ଅକ୍ଷୟଙ୍କ ପାଇଁ ଏକ ପ୍ରସ୍ତାବ ଆସିଥିଲା। କରିସ୍ମାଙ୍କ ବାପା ରଣଧୀର କପୁର ନିଜେ ତାଙ୍କ ଝିଅର ପ୍ରସ୍ତାବ ବିନୋଦଙ୍କ ଘରକୁ ପଠାଇଥିଲେ, କିନ୍ତୁ ଏହି ପ୍ରେମକାହାଣୀରେ ଖଳନାୟକ ସାଜିଥିଲେ କରିସ୍ମାଙ୍କ ମା’ ବବିତା କପୁର। ସେହି ସମୟରେ କରିସ୍ମାଙ୍କ କ୍ୟାରିଅର ଶୀର୍ଷରେ ଥିଲା ଏବଂ ବବିତା ଚାହୁଁ ନଥିଲେ ଯେ କରିସ୍ମା ତାଙ୍କ କ୍ୟାରିଅରର ଏହି ପର୍ଯ୍ୟାୟରେ ବିବାହ କରନ୍ତୁ। ତେଣୁ ସେ ଏହି ସମ୍ପର୍କକୁ ମନା କରିଦେଇଥିଲେ। ଅନେକ ଥର ସମ୍ପର୍କରେ ବିଫଳ ହେବା ପରେ, ଅକ୍ଷୟ ବିବାହ ନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏକ ସାକ୍ଷାତକାରରେ ଅକ୍ଷୟ କହିଥିଲେ, “ମୁଁ ଭାବୁନାହିଁ ଯେ ମୁଁ ଅଧିକ ଦିନ ପର୍ଯ୍ୟନ୍ତ ସମ୍ପର୍କରେ ରହିପାରିବି ଏବଂ ଦ୍ୱିତୀୟତଃ ମୁଁ ପିଲାଙ୍କୁ ପସନ୍ଦ କରେ ନାହିଁ, ତେଣୁ ମୁଁ ନିଷ୍ପତ୍ତି ନେଇଛି ଯେ ମୁଁ କେବେ ବିବାହ କରିବି ନାହିଁ, ମୁଁ ଏକା ରହିବି।”


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ

ଚେନ୍ନାଇ,୨୧ା୧: ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉଦ୍‌ବୋଧନ ନ ଦେଇ ଚାଲିଯାଇଛନ୍ତି। ବିନା ଭାଷଣରେ କକ୍ଷତ୍ୟାଗ କରିବା ରାଜ୍ୟପାଳ ରବିଙ୍କ ପାଇଁ...

ମଣ୍ଡିରୁ ଧାନ ଚୋରି ଅଭିଯୋଗ ପ୍ରସଙ୍ଗ: ୨ ଅଧିକାରୀଙ୍କ କଥାରେ ତାଳମେଳ ନାହିଁ

ଅମରପାଲି,୨୧ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ମଣ୍ଡିରେ ଚାଷୀ ବିକ୍ରି ପାଇଁ ରଖିଥିବା ଧାନରୁ ଗତ ୧୬ ତାରିଖ ରାତିରେ ୧୮ ପ୍ୟାକେଟ...

ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ମହିଳାଙ୍କୁ ସ୍ତ୍ରୀ ମାନ୍ୟତା ମିଳିବା ଆବଶ୍ୟକ: ହାଇକୋର୍ଟ

ଚେନ୍ନାଇ,୨୧ା୧: ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ଥିବା ମହିଳାଙ୍କୁ ଗାନ୍ଧର୍ବ ବିବାହ ବା ପ୍ରେମ ବିବାହ ଅନୁଯାୟୀ ସ୍ତ୍ରୀର ମାନ୍ୟତା ପ୍ରଦାନ ସହ ସୁରକ୍ଷା ଦିଆଯିବା ଆବଶ୍ୟକ। ଫଳରେ...

ICCର ଅଲ୍ଟିମେଟମ୍‌ ପରେ ବି ସୁଧୁରିଲାନି ବାଂଲାଦେଶ, ସିଧା ସିଧା ଶୁଣାଇଦେଲା ‘ଆମେ…’

ଢାକା,୨୧।୧: ଆସନ୍ତା ୭ ତାରିଖରୁ ହେବାକୁଥିବା ଟି୨୦ ବିଶ୍ୱକପ୍‌ରେ ଭାଗ ନେବା ପାଇଁ ବାଂଲାଦେଶ ଦଳ କୌଣସି ପରିସ୍ଥିତିରେ ଭାରତ ଯିବନାହିଁ। ୨୧ ତାରିଖ ସୁଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri