ଜୟ ଶ୍ରୀରାମ ଧ୍ୱନିରେ କମ୍ପୁଛି ରାୟଗଡ଼ା ସହର

ରାୟଗଡ଼ା,୧୧।୧(ଭାଗ୍ୟଶ୍ରୀ ମିଶ୍ର): ଅଯୋଧ୍ୟାରୁ ଆସିଥିବା ଅକ୍ଷତ ରାୟଗଡ଼ା ସହରର ୨୪ଟି ୱାର୍ଡରେ ବଣ୍ଟାଚାଲିଛି। ଭକ୍ତମାନେ ଘର ଘର ବୁଲି ଅକ୍ଷତ, ନିମନ୍ତ୍ରଣ ପତ୍ର ଓ ଫଟୋ ବାଣ୍ଟୁଛନ୍ତି। ଫଳରେ ଜୟ ଶ୍ରୀରାମ ଧ୍ୱନିରେ କମ୍ପୁଛି ରାୟଗଡ଼ା ସହର। ମୁଖ୍ୟତଃ ଏହି କାମରେ ମହିଳାମାନଙ୍କ ଉତ୍ସାହ ଅଧିକ ଦେଖିବାକୁ ମିଳୁଛି। ଅକ୍ଷତ ପହଞ୍ଚାଇବା କମିଟି ସଦସ୍ୟ ତଥା ରାୟଗଡ଼ା ନଗର ପରିଚାଳନା ଦାୟିତ୍ୱରେ ଥିବା ଶ୍ୟାମ କୁମାର ଦାଶ କହିଛନ୍ତି। ଆଗାମୀ ୧୫ ତାରିଖ ସୁଦ୍ଧା ରାୟଗଡ଼ା ସହରର ସମସ୍ତଙ୍କ ଘରେ ଅକ୍ଷତ, ନିମନ୍ତ୍ରଣ ପତ୍ର ଓ ଫଟୋଚିତ୍ର ପହଞ୍ଚାଇବା ଦାୟିତ୍ୱ ରାମଭକ୍ତମାନଙ୍କର। ଯାହା ନିଶ୍ଚିତ ଭାବରେ ଦିଆଯାଇଥିବା ତାରିଖ ପୂର୍ବରୁ ସମାପ୍ତ ହେବ। ସୂଚନାଥାଉ କି, ନଭେମ୍ବର ୨୮ରେ ଅଯୋଧ୍ୟାରୁ ପବିତ୍ର ଅକ୍ଷତ କଳସ ରାୟଗଡ଼ାରେ ପହଞ୍ଚତ୍ଥିଲା। ସେଠାରୁ ପ୍ରତ୍ୟେକ ବ୍ଲକ୍‌ ଏବଂ ପୌର ପରିଷଦରେ ସମୁଦାୟ ୧୪ଟି ସ୍ଥାନରେ ଅକ୍ଷତ କଳସର ଅଂଶମାନ ପହଞ୍ଚତ୍ଥିଲା। ଏହାପରେ ପ୍ରତ୍ୟେକ ଘରକୁ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ରହିଛି।