Posted inଖେଳ

ପାକିସ୍ତାନର କୋଚ୍‌ ହେବାକୁ କାହିଁକି ଚାହୁଁନାହାନ୍ତି? ଏହି କ୍ରିକେଟର କହିଲେ ‘ମୁଁ ମୁର୍ଖ ନୁହେଁ’

ଲାହୋର,୨୯।୫: ସର୍ବଦା ପାକିସ୍ତାନ କ୍ରିକେଟ ଟିମ୍‌ର କୋଚ୍‌ ପଦକୁ ନେଇ ବିବାଦ ଲାଗି ରହିଥାଏ। ସ୍ବଦେଶୀ କୋଚ୍‌ ହୁଅନ୍ତୁ ଅବା ବିଦେଶୀ, ସମସ୍ତଙ୍କୁ ନେଇ ବିବାଦ ଦେଖାଦେଇଥାଏ। ବର୍ତ୍ତମାନ ସମୟରେ ଅନେକ ପୂର୍ବ ଅଭିଜ୍ଞ ଖେଳାଳି ରହିଛନ୍ତି, ଯେଉଁମାନେ କୋଚ୍‌ ଭୂମିକା ବେଶ୍‌ ଭଲ ଭାବେ ନିର୍ବାହ କରିପାରିବେ। ହେଲେ ଖେଳାଳିମାନେ ନିଜେ ଏଥିରୁ ଓହରି ଯାଉଛନ୍ତି। ପାକିସ୍ତାନ କ୍ରିକେଟ ଟିମ୍‌ର ଉନ୍ନତି ଚାହୁଁଥିଲେ ହେଁ କୋଚ୍‌ ହେବାକୁ ସେମାନେ ଚାହୁଁ ନ ଥିବା ରୋକଠୋକ ଶୁଣାଇଦେଇଛନ୍ତି। ଏଭଳି ଜଣେ ଖେଳାଳି ହେଉଛନ୍ତି ଓ୍ବାସିମ୍‌ ଆକ୍ରମ।

ଆଇପିଏଲ୍‌ରେ କୋଚିଂ ଦେଇଥିବା ଓ୍ବାସିମ୍‌ ଭାରତ ସହ ଅନେକ ଥର ଯୋଡ଼ି ହୋଇଛନ୍ତି। ହେଲେ ପାକିସ୍ତାନୀ ଟିମ୍‌ର ସହାୟତା ପାଇଁ ସେ ସକ୍ରିୟ ଭାବେ ଆଗକୁ ଆସିନାହାନ୍ତି। ଏନେଇ ସେ କୁହନ୍ତି, ପ୍ରଥମ କଥା ହେଲା ଯଦି ଆପଣ ପାକିସ୍ତାନ ନଚେତ ଅନ୍ୟ ଅନ୍ତରାଷ୍ଟ୍ରୀୟ ଟିମ୍‌ ସହ ଯୋଡ଼ି ହୁଅନ୍ତି ତେବେ ବର୍ଷକୁ ଅତିକମ୍‌ରେ ୨୦୦-୨୫୦ ଦିନ ଦେବାକୁ ହେବ। ହେଲେ ଦେଶ ଏବଂ ନିଜ ପରିବାରଠାରୁ ଏତେ ଦିନ ଦୂରରେ ରହିପାରିବି ନାହିଁ। ଯେଉଁ ଖେଳାଳିଙ୍କୁ ସହାୟତା ଆବଶ୍ୟକ ଥାଏ ସେମାନେ ଯୋଗାଯୋଗ କରିଥାନ୍ତି ଏବଂ ସେ ତାଙ୍କର ସାହାଯ୍ୟ କରିଥାନ୍ତି। ଦ୍ୱିତୀୟ କଥା ହେଲା, ସେ ମୁର୍ଖ ନୁହନ୍ତି। ପ୍ରତ୍ୟହ ସୋସିଆଲ ମିଡିଆ ନିଶ୍ଚିତ ଭାବେ ଦେଖିଥାନ୍ତି। ସେଠାରେ କିଛି ଖେଳାଳି ନିଜର କୋଚ୍‌ ଏବଂ ସିନିୟରମାନଙ୍କ ଅପମାନ କରନ୍ତି ତାହା ମଧ୍ୟ ସେ ଦେଖୁଛନ୍ତି। କୋଚ୍‌ କ୍ରିକେଟ ଖେଳନ୍ତି ନାହିଁ। ଖେଳାଳିମାନଙ୍କୁ ତାହା କରିବାକୁ ପଡ଼ିଥାଏ। ଯୋଜନା ପ୍ରସ୍ତୁତ କରିବା କୋଚ୍‌ର କାମ। ହେଲେ ଟିମ୍‌ ହାରିଲେ ସବୁତକ ଦୋଷ କୋଚ୍‌କୁ ଦିଆଯିବା ଅନୁଚିତ। ଏଭଳି କଥାକୁ ସହିବା କଷ୍ଟକର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri