Posted inଖେଳ

ଆଇପିଏଲ୍‌ ହିଁ ଯଥେଷ୍ଟ; ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଗମ୍ଭୀରତାର ସହ ନେଉନାହିଁ ଭାରତୀୟ ଟିମ୍‌

ନୂଆଦିଲ୍ଲୀ,୫।୧୧: ୟୁଏଇ ଏବଂ ଓମାନରେ ଚାଲିଥିବା ଆଇସିସି ଟି-୨୦ ବିଶ୍ୱକପ୍‌ର ପ୍ରାରମ୍ଭିକ ମୁକାବିଲାରେ ଖରାପ ପ୍ରଦର୍ଶନ କରିଥିଲା ଭାରତ। ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍‌ରେ ପରାଜିତ ହୋଇଥିଲା ଦଳ। ଏହାକୁ ନେଇ ବିଶ୍ୱକପ୍‌ର ସେମିଫାଇନାଲ ମୁକାବିଲାରେ ପ୍ରବେଶ କରିବା ଭାରତ ପାଇଁ କଷ୍ଟକର ହୋଇପଡ଼ିଛି। ଭାରତୀୟ ଟିମ୍‌ର ଯାତ୍ରା ଗ୍ରୁପ୍‌ ମୁକାବିଲାରେ ହିଁ ସମାପ୍ତ ହୋଇଥିବା କୁହାଯାଉଛି। ହେଲେ ଦଳ ନିକଟରେ ତୃତୀୟ ମୁକାବିଲାରେ ଆଫଗାନିସ୍ତାନଠାରୁ ବିଜେତା ହୋଇଥିଲା। ଏବେ ପାକିସ୍ତାନର ପୂର୍ବ ଅଧିନାୟକ ଓ୍ବାସିମ ଆକ୍‌ରମ ଭାରତର ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି।

ଏକ ସାକ୍ଷାତକାରରେ ଆକ୍‌ରମ କହିଛନ୍ତି, ଭାରତ ଶେଷଥର ପାଇଁ ମାର୍ଚ୍ଚରେ ସୀମିତ ଓଭର ସିରିଜ ଖେଳିଥିଲା। ଏଥିରେ ସମସ୍ତ ସିନିୟର ଖେଳାଳି ଥିଲେ। ଏବେ ଆମେ ନଭେମ୍ବରରେ। ଭାରତର ଖେଳକୁ ଦେଖିଲେ ଖେଳାଳିମାନେ ଅନ୍ତରାଷ୍ଟ୍ରୀୟ ସିରିଜ୍‌କୁ ଗମ୍ଭୀରତାର ସହ ନେଉ ନ ଥିବା ଦେଖାଯାଉଛି। ତାଙ୍କୁ ଆଇପିଏଲ୍‌ରେ ଖେଳିବା ପର୍ଯ୍ୟାପ୍ତ ବୋଲି ଲାଗୁଛି। ଦୁନିଆରେ ତୁମେ ଯେତେବି କ୍ରିକେଟ ଲିଗ୍‌ ଖେଳ, ଅନ୍ତରାଷ୍ଟ୍ରୀୟ କ୍ରିକେଟ ସବୁଠାରୁ ଅଲଗା ରହିବ। ଲିଗ୍‌ କ୍ରିକେଟରେ ବିରୋଧି ଟିମ୍‌ରେ ଜଣେ କିମ୍ବା ଦୁଇଜଣ ଭଲ ବୋଲର୍‌ଙ୍କ ସାମ୍ନା କରିବାକୁ ପଡ଼ିଥାଏ। ହେଲେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୫ଜଣ ପ୍ରଭାବୀ ବୋଲରଙ୍କ ସାମ୍ନା କରିବାକୁ ପଡ଼ିଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri