Categories: ଜାତୀୟ

‘ମଇଁଷି ଚୋରି କରି ଜେଲ୍‌ରେ, ମଣିଷ ମାରି ବାହାରେ’

ଲକ୍ଷ୍ନୌ,୧୧।୨:ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବ ଶୁକ୍ରବାର ନିର୍ବାଚନୀ ପ୍ରଚାର ପାଇଁ ରାମପୁରରେ ପହଞ୍ଚିଥିଲେ। ଶାହାବାଦରେ ଦଳୀୟ ପ୍ରାର୍ଥୀ ବିଜୟ ସିଂଙ୍କ ପାଇଁ ଆୟୋଜିତ ଏକ ନିର୍ବାଚନୀ ସଭାରେ ଅଖିଳେଶ ଏବେ ଜେଲ୍‌ରେ ବନ୍ଦ ଥିବା ଦଳର ବରିଷ୍ଠ ନେତା ଆଜମ ଖାନଙ୍କ ପାଇଁ ନିଜର ଦୁଃଖ ପ୍ରକାଶ କରିଥିଲେ। ତାଙ୍କୁ ମଇଁଷି ଏବଂ ବହି ଚୋରି ଅଭିଯୋଗରେ ଜେଲ୍‌ରେ ରଖାଯାଇଥିବା ସେ କହିଛନ୍ତି। ଲେକ୍ଷ୍ମୀପୁର ଖେରୀ ମାମଲାରେ ଜାମିନ ପାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ବିଷୟରେ କହୁଥିଲେ। ମହମ୍ମଦ ଆଜାମ ଖାନ ସାହେବଙ୍କ ବିନା ଆମର ନିର୍ବାଚନ ଚାଲିଛି। ଯଦି ସେ ସେଠାରେ ଥାଆନ୍ତେ, ତେବେ ନିର୍ବାଚନ ଭିନ୍ନ ହୋଇଥାନ୍ତା। ମିଥ୍ୟା ଅଭିଯୋଗରେ ସେ ଜେଲ ଯାଇଛନ୍ତି। ମିଥ୍ୟା ମାମଲା ଅଧିକ ସମୟ ଧରି ରହେ ନାହିଁ। ଏଠି ବଳଦ, ଛେଳି, ବହି ଚୋରି ମାମଲାରେ ଲୋକେ ଜେଲ୍‌ରେ ରହୁଛନ୍ତି। କିନ୍ତୁ ମଣିଷ ମାରୁଥିବା ଲୋକେ ଜାମିନ ପାଇ ବାହାରକୁ ଆସୁଛନ୍ତି ବୋଲି ସେ କହିଛନ୍ତି। ଅଖିଳେଶ ଲଖିମ୍‌ପୁର ଖେରୀ ହିଂସାକାଣ୍ଡ ମାମଲାରେ ଗିରଫ ହୋଇଥିବା କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଇସାରା କରିଥିଲେ। ସୂଚନାଯୋଗ୍ୟ,ନିକଟରେ ଆଶିଷଙ୍କୁ ଲକ୍ଷ୍ନୌ ହାଇକୋର୍ଟ ବେଞ୍ଚ ଜାମିନ ପ୍ରଦାନ କରିଛନ୍ତି।

Share