Categories: ଜାତୀୟ

ଭାରତ ଯୋଡୋ ଯାତ୍ରାରେ ସାମିଲ ହେବାକୁ ନିମନ୍ତ୍ରଣ ମିଳିନାହିଁ: ଅଖିଳେଶ

ନୂଆଦିଲ୍ଲୀ,୨୯୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଜାନୁୟାରୀରେ ଉତ୍ତରପ୍ରଦେଶରେ ପ୍ରବେଶ କରିବାକୁ ଯାଉଛି। ଏଥିସହ ଦଳ ପକ୍ଷରୁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ବିଏସ୍‌ପି ମୁଖ୍ୟ ମାୟାବତୀ ଏବଂ ଆର୍‌ଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା।
ଏହି ସମୟରେ ଅଖିଳେଶ ଯାଦବ ଭାରତ ଯୋଡୋ ଯାତ୍ରାକୁ ନେଇ କହିଛନ୍ତି ଯେ, ଭାଜପା ଏବଂ କଂଗ୍ରେସ ସମାନ। ଆମ ଦଳର ନୀତି ଭିନ୍ନ। ଗଣମାଧ୍ୟମ ପ୍ରତିନିଧିମାନେ ଅଖିଳେଶଙ୍କୁ ଭାରତ ଯୋଡୋ ଯାତ୍ରା ସମ୍ପର୍କରେ ପ୍ରଶ୍ନ କରିଥିଲେ। ଯଦି ଯାତ୍ରାରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଆସେ ସେ ଯୋଗ ଦେବେ କି? ଯାହାର ଉତ୍ତରରେ ଅଖିଳେଶ କହିଥିଲେ, ଯଦି ଆପଣଙ୍କ ପାଖକୁ ସେମିତି କିଛି ନିମନ୍ତ୍ରଣ ଆସିଛି, ତେବେ ମୋ ପାଖକୁ ପଠାଇ ଦେବେ। ସେ ଆହୁରି ମଧ୍ୟ କହିଛନ୍ତି,ଦଳର ଭାବାବେଗ ଯାତ୍ରା ସହିତ ରହିଛି। ହେଲେ ମୁଁ ଏ ପର୍ଯ୍ୟନ୍ତ କୌଣସି ନିମନ୍ତ୍ରଣ ପାଇନାହିଁ। ତେବେ ଅଖିଳେଶଙ୍କ ଏହି ବିବୃତ୍ତିକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି କାରଣ କଂଗ୍ରେସ ନେତା ସଲମାନ ଖୁର୍ସିଦ କହିଥିଲେ ଯେ, ଦଳ ପକ୍ଷରୁ ୟୁପି ବିରୋଧୀଦଳର ନେତାଙ୍କୁ ନିମନ୍ତ୍ରଣ ପଠାଯାଇଛି।

Share