ଲକ୍ଷ୍ନୌ,୨।୨: ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ପାଇଁ ଗୁରୁବାର ମୋରାଦାବାଦ୍ରେ ବିମାନ ଅବତରଣ କରିବାକୁ ଅନୁମତି ଦିଆଯାଇ ନାହିଁ। ଏଥିରେ ରାଗିଯାଇ ସମାଜବାଦୀ ପାର୍ଟି ଟୁଇଟ୍ ଯୋଗେ କହିଛି ଯେ, ଭାଜପାର ଅହଂକାର ଶୀଘ୍ର ଶେଷ ହେବ।
ପୂର୍ବ ଘୋଷଣା କରାଯାଇଥିବା କାର୍ଯ୍ୟକ୍ରମ ଅଧୀନରେ, ୪ ଫେବୃଆରୀ ୨୦୨୩ରେ ଅଖିଳେଶ ଯାଦବ ମୋରାଦାବାଦରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଥିଲା। କିନ୍ତୁ ଯୋଗୀ ସରକାର ବିମାନକୁ ଅବତରଣ କରିବାକୁ ଦେଉନାହାଁନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ। ଭାଜପାର ଅହଂକାର ଖୁବଶୀଘ୍ର ଅନ୍ତ ହେବ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି।
ସୂଚନାନୁସାରେ, ଅଖିଳେଶ ଯାଦବ ପୂର୍ବତନ ବିଧାୟକ ଦୀପ କୁମାରଙ୍କୁ ଭେଟିବାକୁ ଯିବାର ଥିଲା। କିନ୍ତୁ ବିମାନ ଅବତରଣ ପାଇଁ ଅନୁମତି ନ ପାଇ କାର୍ଯ୍ୟକ୍ରମ ବାତିଲ କରାଯାଇଛି।


