Categories: ଜାତୀୟ

ଅଖିଳେଶ ଡକାଇଲେ ମେଣ୍ଟ ଦଳର ବୈଠକ: ଶିବପାଳଙ୍କୁ ବି କରାଗଲା ନିମନ୍ତ୍ରଣ

ଲକ୍ଷ୍ନୌ,୨୯।୩: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ମଙ୍ଗଳବାର ସନ୍ଧ୍ୟା ୫ଟାରେ ମେଣ୍ଟ ଦଳର ବୈଠକ ଡକାଇଛନ୍ତି। ଏହି ବୈଠକରେ ଶିବପାଳ ସିଂହ ଯାଦବ, ଓମ୍‌ପ୍ରକାଶ ରାଜଭର, ପଲ୍ଲବୀ ପଟେଲ, ଓ ରାଜପାଲ ବଲିଆନଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି। ଏଥିରେ ନିର୍ବାଚନ ଫଳାଫଳକୁ ନେଇ ଚର୍ଚ୍ଚା କରାଯିବା ସହ ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ରଣନୀତି ଉପରେ ମଧ୍ୟ ମନ୍ଥନ କରାଯିବ ବୋଲି ସୂଚନା ରହିଛି। କିନ୍ତୁ ଏହି ବୈଠକରେ ଶିବପାଳ ଯୋଗଦେବେ କି ନାହିଁ ତା’ଉପରେ ସମସ୍ତଙ୍କର ନଜର ରହିଛି।

Share