Posted inଜାତୀୟ

ଆଜି ଅଖିଳେଶ ଯାଦବ, ସତିଶ ମିଶ୍ର ଯିବେ ଲକ୍ଷ୍ମୀପୁର ଖେରି, ସିଦ୍ଧୁ-ହରିଶ ରାୱତ ହଜାର ଗାଡି ନେଇ ପହଞ୍ଚିବେ

ଲକ୍ଷ୍ନୌ/ଚଣ୍ଡିଗଡ଼,୭ ।୧୦: ଲକ୍ଷ୍ମୀପୁର ଖେରି ଘଟଣାକୁ ନେଇ ବେଳକୁ ବେଳ ରାଜନୀତିର ଉଷ୍ମତା ବଢିବାରେ ଲାଗିଛି । ବୁଧବାର ବିଳମ୍ବିତ ରାତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଓ ଆଉ କେତେଜଣ ବରିଷ୍ଠ କଂଗ୍ରେସ ନେତା ମୃତକଙ୍କ ପରିବାରକୁ ଭେଟିଥିଲେ । ଗୁରୁବାର ପୁଣିଥରେ ସେଠାକୁ ନେତାଙ୍କ ଗସ୍ତକୁ ନେଇ ରାଜନୈତିକ ପରିବେଶ ହୋଇଛି ଉଷ୍ମ । ଗୁରୁବାର ସକାଳ ୧୦ଟାରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମୃତକଙ୍କ ପରିବାରକୁ ଭେଟିବାକୁ ଯିବାର କାର୍ଯ୍ୟକ୍ରମ ଥିବା ବେଳେ ବହୁଜନ ସମାଜ ପାର୍ଟିର ମହାସଚିବ ତଥା ରାଜ୍ୟସଭା ଏମ୍‌ପି ସତିଶ ଚନ୍ଦ ମିଶ୍ର ବି ସକାଳ ୧୦ଟାରେ ନିଜ ଲକ୍ଷ୍ନୌ ବାସଭବନରୁ ବାହାରି ଲକ୍ଷ୍ମୀପୁର ଖେରି ଯିବାର କାର୍ଯ୍ୟକ୍ରମ ରହିଛି । ସେ ମଧ୍ୟ ମୃତକଙ୍କ ପରିବାରକୁ ଭେଟିବେ । ଏହାସହ ପଞ୍ଜାବର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଓ ହରିୟାଣାର ପୁର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ବି ଲକ୍ଷ୍ମୀପୁର ଖେରି ଗସ୍ତ କରିବେ । ଏମାନେ ୧୦୦୦ ଗାଡିର ଏକ ରାଲି ସହ ଲକ୍ଷ୍ମୀପୁର ଖେରି ପହଞ୍ଚିବାର ଯୋଜନା ରଖିଛନ୍ତି । ଏମାନଙ୍କ ସହ ପଞ୍ଜାବ କଂଗ୍ରେସର ପ୍ରାୟ ବଡବଡ ନେତା ଓ କର୍ମୀମାନେ ମଧ୍ୟ ସେଠାକୁ ଗସ୍ତ କରିବେ । । ଏମାନେ ହରିୟାଣା ଦେଇ ଉତ୍ତର ପ୍ରଦେଶ ଯିବେ ବୋଲିି କହିଛନ୍ତି । ଯଦି ବାଟରେ ହରିୟାଣା ବା ୟୁପି ପୋଲିସ ସେମାନଙ୍କୁ ଅଟକାଏ ତେବେ ସେମାନେ ସେହିଠାରେ ହିଁ ବିରୋଧ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri