Categories: ଜାତୀୟ

୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଚେହେରା ହେବେ କି ଅଖିଳେଶ: ନିଜେ କଲେ ଖୁଲାସା

ଲକ୍ଷ୍ନୌ,୨୩।୩: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ୨୦୨୪ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମୋଦି ସରକାରଙ୍କୁ ରୋକିବା ପାଇଁ ସେ ଭାଜପା ବିରୋଧୀ ଦଳକୁ ଏକାଠି କରିବାରେ ଲାଗିଛନ୍ତି। ଏବେ ଚର୍ଚ୍ଚା ହେଉଛି ଅଖିଳେଶ ତୃତୀୟ ମୋର୍ଚ୍ଚାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ। ଏନେଇ ଅଖିଳେଶ କହିଛନ୍ତି, ମୁଁ ତୃତୀୟ ସାମ୍ମୁଖ୍ୟର ଚେହେରା ହେବି ନାହିଁ। ଆମର ପ୍ରୟାସ ହେଉଛି ୨୦୨୪ରେ କେନ୍ଦ୍ରକୁ ଭାଜପା କିପରି କ୍ଷମତାକୁ ଆସିବ ନାହିଁ। ଆମେ ପ୍ରଥମେ ୟୁପିରେ ଭାଜପାକୁ ହଟାଇବାକୁ ଚେଷ୍ଟା କରିବୁ।
ସୂଚନାଯୋଗ୍ୟ,ନିକଟରେ ଅଖିଳେଶ ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ଏବଂ ଜେଡିଏସ୍‌ ନେତା ଏଚ୍‌ଡି କୁମାରସ୍ବାମୀଙ୍କୁ ଭେଟିଥିଲେ।

Share