Categories: ଜାତୀୟ

ମତଦାନ କଲେ ଅଖିଳେଶ

ଲକ୍ଷ୍ନୌ,୫ା୧୨: ସୋମବାର ସକାଳ ୭ଟାରୁ ୟୁପିର ମୈନପୁର ଲୋକ ସଭା ଆସନ ତଥା ରାମପୁର ଏବଂ ଖତୌଲି ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ଭୋଟ୍‌ ଚାଲିଛି।

ଆଜି ସକାଳେ ଭୋଟ୍‌ କେନ୍ଦ୍ରକୁ ଆସି ମତଦାନ କରିଛନ୍ତି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ। ମତଦାନ କରିବା ପରେ ସେ କହିଛନ୍ତି ‘ମୁଁ ଆଶା କରୁଛି ସମାଜବାଦୀ ପାର୍ଟି ଭଲ ବିଜୟ ପାଇବ’। ୨୦୨୪ ମଧ୍ୟ ଆରମ୍ଭ ହେବ ବଡ଼ କଥା ହେଉଛି ନେତାଜୀ ଏହି କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି। ଏହା ନେତାଜୀଙ୍କ କ୍ଷେତ୍ର ହୋଇଛି। ନେତାଜୀଙ୍କୁ ମନେ ରଖି ଲୋକମାନେ ଭୋଟ୍‌ ଦେବାକୁ ଆସୁଛନ୍ତି।

Share