Categories: ଜାତୀୟ

ମୋଦିଙ୍କ ସହ ଯୋଗୀଙ୍କ ଫଟୋ ଏବେ ଚର୍ଚ୍ଚାରେ, ସମାଲୋଚନା କଲେ ଅଖିଳେଶ

ଲକ୍ଷ୍ନୌ,୨୧ ।୧୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ସରଗରମ ହେଲାଣି ରାଜନୀତି । ସମସ୍ତ ଦଳୀୟ ନେତା ବିରୋଧିଙ୍କୁ ଟାର୍ଗେଟ କରୁଥିବା ବେଳେ କେତେଜଣ ନେତା ତାଙ୍କ ସରକାରରେ କ’ଣ ସବୁ କରାଯାଇଥିଲା ତାହା ଆଲୋଚନା କରୁଥିବା ବେଳେ ଆଉ କିଏ କିଏ ବିରୋଧିଙ୍କ ଭୁଲ କାଢୁଛନ୍ତି । ଇତି ମଧ୍ୟରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଫଟୋକୁ ନେଇ ଭିନ୍ନ ଢଙ୍ଗରେ ଭାଜପା ସରକାରକୁ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି, ରାଜନୀତିରେ ଏମିତି ବି ହୁଏ । ତେବେ ଫଟୋଟି ହେଉଛି ପ୍ରଧାନମନ୍ତ୍ରୀ ମୋଦି ନିକଟରେ ଉତ୍ତର ପ୍ରଦେଶ ଗସ୍ତ କରିବା ସମୟର । ଏହି ସମୟରେ ଯୋଗୀ ଆଦିତ୍ୟନାଥଙ୍କ କାନ୍ଧରେ ହାତ ପକାଇ ମୋଦି ଚାଲୁଥିବାର ଦେଖାଯାଉଛି । ଏମିତି ଦୁଇଟି ଫଟୋ ଯୋଗୀ ଆଦିତ୍ୟନାଥ ତାଙ୍କ ସୋସିଆଲ ମିଡିଆ ଅକାଉଣ୍ଟରେ ଶେୟାର କରିବା ପରେ ଏବେ ଏହା ଚର୍ଚ୍ଚାର ପରିସରକୁ ଆସିଯାଇଛି ।

Share