ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ଯାଇଥିବା ଭାଜପା ନେତାଙ୍କ ପୁଅଙ୍କୁ ଦେଖି ଫଟୋ ଶେୟାର କରି ବର୍ଷିଲେ ଅଖିଳେଶ

ଲକ୍ଷ୍ନୌ,୩୦।୧୦: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଇକାନା ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ଯାଇଥିବା ନେତାଙ୍କ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ମାଧ୍ୟମରେ ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭାରତୀୟ ଜନତା ପାର୍ଟି ଉପରେ ବର୍ଷିିଛନ୍ତି। ନେତାଙ୍କ ଫଟୋ ଶେୟାର କରି ସେ ପରିବାରବାଦ ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ କରିଛନ୍ତି।

ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ ମନ୍ତ୍ରୀ ଜିତିନ ପ୍ରସାଦ, ଉତ୍ତରପ୍ରଦେଶ ସରକାରଙ୍କ ଶିକ୍ଷା ରାଜ୍ୟ ମନ୍ତ୍ରୀ ରାଜ୍ୟ ମନ୍ତ୍ରୀ (ସ୍ବତନ୍ତ୍ର ପ୍ରଭାର) ସନ୍ଦୀପ ସିଂ, ଏକ୍ସାଇଜ ଏବଂ ନିଷେଧ ବିଭାଗ, ନିତିନ ଅଗ୍ରୱାଲ ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସଚିବ ଜୟ ଶାହା ରହିଛନ୍ତି। ଏହା ବ୍ୟତୀତ ୟୁପି ସରକାରଙ୍କ ମୁଖ୍ୟ ସଚିବ ଡ.ଏସ୍‌ ମିଶ୍ରା ମଧ୍ୟ ଏହି ଫଟୋରେ ଅଛନ୍ତି।
ଏସପି ନେତା ଏହି ଫଟୋ ଶେୟାର କରି ଲେଖିଛନ୍ତି – ‘ଭାଜପାର’ ପରିବାରବାଦ’ର ଫଟୋ … ଆପଣ ଏହାକୁ ଚିହ୍ନିଛନ୍ତି କି। ଏସପି ଲୋକମାନେ ଅସମ୍ଭବକୁ ସମ୍ଭବ କରନ୍ତି, ଭାଜପା ଲୋକମାନେ କେବଳ ଫଟୋ ଉଠାଇବାକୁ ଆସନ୍ତି ।

Share
Tags: Akhilesh