ଯୋଗୀଙ୍କୁ ଭର୍ତ୍ସନା କଲେ ଅଖିଳେଶ

ଲକ୍ଷ୍ନୌ,୧୩।୪: ଦେଶରେ କରୋନା ପ୍ରକୋପ ଜାରି ରହିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଙ୍ଗଳବାର କରୋନା ପରୀକ୍ଷା କରାଇଛନ୍ତି। ଗତ କିଛି ଦିନରୁ ତାଙ୍କୁ ଜ୍ୱର ହେବାରୁ ଅସୁସ୍ଥ ଅନୁଭବ କରୁଥିଲେ। ଏଥିଯୋଗୁ ଅଖିଳେଶ ମଙ୍ଗଳବାର ନିଜର ପରୀକ୍ଷା କରାଇଛନ୍ତି। ଏନେଇ ସେ ଟୁଇଟ କରି ସମସ୍ତଙ୍କୁ ଜଣାଇବା ସହ ପରୀକ୍ଷା ସମୟର ଏକ ଫଟୋକୁ ଶେୟାର କରିଛନ୍ତି। ଏହି ସମୟରେ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟାର୍ଗେଟ କରିଛନ୍ତି। କରୋନା ନିୟନ୍ତ୍ରଣରେ ବିଫଳ ହୋଇଥିବା ଭାଜପା ସରକାରଙ୍କୁ ସେ ଜବାବ ତଲବ କରିଥିବା ବେଳେ ରାଜ୍ୟରେ ଟିକା, ଟେଷ୍ଟ, ବିଳମ୍ବିତ ରିପୋର୍ଟକୁ ନେଇ ଅଖିଳେଶ ଯୋଗୀ ଆଦିତ୍ୟନାଥଙ୍କ ଉପରେ ବର୍ଷିଛନ୍ତି। ଏହି ସମୟରେ ଷ୍ଟାର ପ୍ରଚାରକ କୁଆଡେ ଗଲେ ବୋଲି ଅଖେଳଶ କହିଛନ୍ତି।

Share