Categories: Home Leftଖେଳ

କ୍ରିକେଟ ଜଗତରୁ ଆସିଲା ବଡ଼ ଖବର: ୮ ବର୍ଷ ପାଇଁ ଏହି କ୍ରିକେଟରଙ୍କୁ ବ୍ୟାନ୍‌ କଲା ICC

ନୂଆଦିଲ୍ଲୀ,୩।୮: କ୍ରିକେଟ ଜଗତରୁ ଏକ ଚମକାଇଦେଲା ଭଳି ଖବର ସାମ୍ନାକୁ ଆସିଛି। ମ୍ୟାଚ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆମେରିକାର କ୍ରିକେଟର ଅଖିଲେଶ ରେଡ୍ଡିଙ୍କୁ (Akhilesh Reddy) ଅନ୍ତର୍ଜାତିକ କ୍ରିକେଟ ପରିଷଦ (ICC) ୮ ବର୍ଷ ପାଇଁ ନିଲମ୍ବିତ କରିଛି। ଆଇସିସିର ଦୁର୍ନୀତି ନିବାରଣ ଟ୍ରିବ୍ୟୁନାଲ (ICC Anti-Corruption Tribunal) ତାଙ୍କୁ ଆଇସିସି ଆଣ୍ଟି-କରପ୍ସନ କୋଡର ତିନୋଟି ନିୟମ ଉଲ୍ଲଂଘନ କରିଥିବାରେ ଦୋଷୀ ବୋଲି ଘୋଷଣା କରିଛି।

ସୂଚନାଯୋଗ୍ୟ ଯେ, ଏହି ଅଭିଯୋଗ ସଂଯୁକ୍ତ ଆରବ ଏମିରେଟ୍ସ (UAE)ରେ ଆୟୋଜିତ ହେବାକୁ ଥିବା ୨୦୨୫ ଆବୁଧାବି T10 ଲିଗ ସହ ଜଡ଼ିତ। ଏହି ଟୁର୍ନାମେଣ୍ଟ ପାଇଁ ଏମିରେଟ୍ସ କ୍ରିକେଟ ବୋର୍ଡ (ECB) ଆଇସିସିକୁ ‘ଡେଜିଗ୍ନେଟେଡ ଆଣ୍ଟି-କରପ୍ସନ ଅଫିସିଆଲ’ (DACO) ଭାବେ ନିଯୁକ୍ତ କରିଥିଲା।

ଆଇସିସି ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ଏହି ୮ ବର୍ଷର ନିଲମ୍ବନ ୨୧ ନଭେମ୍ବର ୨୦୨୫ ଠାରୁ କାର୍ଯ୍ୟକାରୀ ବୋଲି ଗଣାଯିବ, କାରଣ ସେହି ଦିନଠାରୁ ଅଖିଲେଶ ରେଡ୍ଡିଙ୍କୁ ସାମୟିକ ଭାବେ ନିଲମ୍ବିତ କରାଯାଇଥିଲା। ଏବେ ସେ ଆସନ୍ତା ୮ ବର୍ଷ ପର୍ଯ୍ୟନ୍ତ ସମସ୍ତ ପ୍ରକାରର କ୍ରିକେଟ କାର୍ଯ୍ୟକଳାପରୁ ବଞ୍ଚିତ ରହିବେ।

Odisha’s No.1 Odia Daily