Categories: ଜାତୀୟ

ବେଶ କିଛିଦିନ ପରେ ଗୋଟିଏ ମଞ୍ଚରେ ଏକାଠି ହେଲେ ଅଖିଳେଶ-ଶିବପାଲ, କାକାଙ୍କ ପାଦ ଛୁଇଁଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଇଟାୱା,୨୦ ।୧୧: ଦାଦା ପୁତୁରାଙ୍କ ମଧ୍ୟରେ ସେମିତି କୌଣସି ଦୂରତା ନ ଥିଲା । କେବଳ ରାଜନୈତିକ ଦୂରତା ରହିଥିଲା ଯାହା ଏବେ ଦୂର ହୋଇଯାଇଛି । ଏହା ରବିବାର ଏସଏସ ମେମୋରିଆଲ ଇଣ୍ଟର କଲେଜରେ ହୋଇଥିବା ସମ୍ମିଳନୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି । ସେ କହିଛନ୍ତି ଏବେ ଭାରତୀୟ ଜନତା ପାର୍ଟି(ଭାଜପ) ଆମ ମେଣ୍ଟକୁ ଦେଖି ହଡ ବଡେଇ ଯାଉଥିବ ନିଶ୍ଚୟ ।

ଯଦି ଯଶସ୍ୱନ୍ତନଗର ନିଜର ନିଷ୍ପତ୍ତି ନେଇ କରହଲଙ୍କ ସହ ଯାଇଥିଲେ । ମୈନପୁରୀ ଠିକ୍ ହୋଇଯାଇଛି, କିଶ୍ମ୍ରିର ଲୋକେ ନିଷ୍ପତ୍ତି ନେଇଛନ୍ତି ଏବଂ ଭୋଗାଁଓରେ ବି ଜିତିବାକୁ ଯାଉଛନ୍ତି, ତେବେ ଭାବନ୍ତୁ ପରଣାମ କ’ଣ ହେବ । ବହୁତ ସରକାର ଏଠାକର ଲୋକେ ଦେଖିଛନ୍ତି । ନିଶ୍ଚିତ ଭାବେ ଏହି ପ୍ରଥମ ସରକାର ଦେଖିଥିବେ, ଯିଏ ସମସ୍ତ ପ୍ରତିଶୃତି ଭୁଲି ଯାଇଛି ।
ଏତେ ଅସୁବିଧା, ଏତେ ସମସ୍ୟା, ଏତେ ଷଡଯନ୍ତ୍ର ଏମିତି କୌଣସି ଦଳ କରନ୍ତି ନାହିଁ ଯେତେ ଭାରତୀୟ ଜନତା ପାର୍ଟି(ଭାଜପା) କରିଥାଏ । ଭାଜପାର ସମସ୍ୟା ପାଇଁ ଔଷଧ ନା ବୈଦ ପାଖରେ ଅଛି ନା ହସ୍ପିଟାଲରେ ରହିଛି । ଶିବପାଲ ସିଂ ଯାଦବ କହିଛନ୍ତି ଆପଣମାନେ ଚାହୁଁଥିଲେ ଆମେ ଏକାଠି ହେଉ ଆମେ ଏକାଠି ହୋଇଗଲୁ ।

Share