Posted inଜାତୀୟ

ଆଜି ଭାରତୀୟ ଶିକ୍ଷା ସମାଗମର ଉଦଘାଟନ କରିବେ ମୋଦି

ନୂଆଦିଲ୍ଲୀ,୨୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ଭାରତ ମଣ୍ଡପମରେ ଅଖିଳ ଭାରତୀୟ ଶିକ୍ଷା ସମାଗମ ଅଧିବେଶନର ଉଦଘାଟନ କରିବେ। ରାଷ୍ଟ୍ରୀୟ ଶିକ୍ଷା ନୀତି(ଏନଇପି) ୨୦୨୦ର ତୃତୀୟ ବାର୍ଷିକୀ ଅବସରରେ ଏହି ଦୁଇ ଦିବସୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶିକ୍ଷା ଏବଂ ଦକ୍ଷତା ଉପରେ ୧୨ଟି ଭାରତୀୟ ଭାଷାରେ ପୁସ୍ତକ ପ୍ରକାଶ କରିବେ ଏବଂ ପିଏମଶ୍ରୀ ଯୋଜନା ଅଧୀନରେ ପାଣ୍ଠିର ପ୍ରଥମ କିସ୍ତି ଜାରି କରିବେ।
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ପ୍ରଧାନମନ୍ତ୍ରୀ ପିଏମଶ୍ରୀ ଯୋଜନା ଅନ୍ତର୍ଗତ ମନୋନୀତ ସରକାରୀ ବିଦ୍ୟାଳୟଗୁଡ଼ିକ ପାଇଁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରିବେ। ଏହି ବିଦ୍ୟାଳୟଗୁଡ଼ିକ ଛାତ୍ରମାନଙ୍କୁ ଶିକ୍ଷା ପ୍ରଦାନ କରିବେ ଯାହା ଦ୍ୱାରା ସେମାନେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ରେ ଧାର୍ଯ୍ୟ ହୋଇଥିବା ଏକ ସମାନ, ଅନ୍ତର୍ଭୂକ୍ତ ତଥା ବହୁମୁଖୀ ସମାଜ ଗଠନରେ ନାଗରିକ ଭାବରେ ଯୋଗଦାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ସର୍ବନିମ୍ନ ମୌଳିକ ଦରମା…

ନୂଆଦିଲ୍ଲୀ,୧୫।୪: ଅଷ୍ଟମ ବେତନ କମିଶନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବେତନ କମିଶନର ସରକାରୀ ୱେବସାଇଟ ମଧ୍ୟ ବିଭିନ୍ନ ସହରର ଅଂଶୀଦାରମାନଙ୍କ ସହିତ ଆଲୋଚନା ପାଇଁ ଏକ…

ରାଘବ ଚଢାଙ୍କୁ କେନ୍ଦ୍ର ଦେଲା ‘Z’ ସିକ୍ୟୁରିଟି, ଏଏପିକୁ ଝଟ୍‌କା

ନୂଆଦିଲ୍ଲୀ,୧୫।୪: ପଞ୍ଜାବର ଆମ ଆଦମୀ ପାର୍ଟି (ଆପ) ସରକାର ରାଘବ ଚଢାଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛି, ଯାହା ପରେ କେନ୍ଦ୍ର ସରକାର ତାଙ୍କୁ ‘Z’ ବର୍ଗର ସୁରକ୍ଷା…

ଗଜପତି ପାଇଁ ଗୌରବ ଆଣିଲେ ଯାଜ୍ଞସେନୀ: ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ମୁଖ୍ୟମନ୍ତ୍ରୀଙ୍କଠୁ ପାଇଲେ ପୁରସ୍କାର

ମୋହନା,୧୫।୪( ମନ୍ମଥ ମିଶ୍ର ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ପକ୍ଷରୁ ଓଡ଼ିଆ ସାହିତ୍ୟ ପକ୍ଷ ୨୦୨୬ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ…

ଆଇନଜୀବୀଙ୍କ ମସ୍ତିଷ୍କରେ ବିରଳ ଅସ୍ତ୍ରୋପଚାର ସଫଳ: ମୁଣ୍ଡରୁ ବାହାରିଲା ୩ ଶହ ଗ୍ରାମର ଓଜନର…ଡାକ୍ତର ଆଶ୍ଚର୍ଯ୍ୟ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ର ଜଣାଶୁଣା ଆଇନଜୀବୀ ତଥା ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥଙ୍କ ମସ୍ତିଷ୍କରେ ଟ୍ୟୁମର ହୋଇଥିବାରୁ…

କିଏ ହେବ ଆଶା ଭୋସଲେଙ୍କ ସମ୍ପତ୍ତିର ଉତ୍ତରଧିକାରୀ? ୟାଙ୍କୁ ମିଳିବ କୋଟି କୋଟି ଟଙ୍କାର ସମ୍ପତ୍ତି…

ମୁମ୍ୱାଇ: ବଲିଉଡର ପ୍ରସିଦ୍ଧ ଗାୟିକା ଆଶା ଭୋସଲେ ଆଉ ଆମ ମଧ୍ୟରେ ନାହାନ୍ତି। ଆଠ ଦଶନ୍ଧି ଧରି ହିନ୍ଦୀ ସିନେମାକୁ ତାଙ୍କର ସୁମଧୁର କଣ୍ଠସୱରରେ ସୁନ୍ଦର କରିଥିବା…

ଯୁଦ୍ଧରେ ଇରାନ ବିପର୍ଯ୍ୟସ୍ତ: ଏହି ୫ ଉପସାଗରୀୟ ଦେଶଠାରୁ ଦାବି କଲା କ୍ଷତିପୂରଣ

ତେହରାନ୍‌,୧୫।୪: ପାଞ୍ଚଟି ଉପସାଗରୀୟ ଦେଶ ବିରୁଦ୍ଧରେ  ଇରାନ ଗମ୍ଭୀର ଅଭିଯୋଗ ଆଣିଛି। ଇରାନ ଦାବି କରିଛି ଯେ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଫେବୃଆରୀ ୨୮ରେ ହୋଇଥିବା…

ମୋଦିଙ୍କ ସହ କଥା ହେବା ପରେ ପାକିସ୍ତାନକୁ ଜୋରଦାର ଝଟ୍‌କା ଦେଲା ଆମେରିକା, ବିଶ୍ୱରେ ଚହଳ!

ଓ଼୍ବାଶିଂଟନ,୧୫।୪: ଆମେରିକା ହର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିବା ଦୁଇଟି ପାକିସ୍ତାନୀ ଜାହାଜକୁ ଫେରାଇ ଦେଇଛି। ଏହାକୁ ପାକିସ୍ତାନ ପାଇଁ ଏକ ବଡ଼ ବିପର୍ଯ୍ୟୟ ଭାବରେ…

ଏକର ପ୍ରତି ଏତେ କୋଟି ଟଙ୍କା ଦାବି କଲେ ଗ୍ରାମବାସୀ, ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ…

ପାଟଣା,୧୫।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗାଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ସକାଳ ୯ଟାରେ ଚେମଣା ପଞ୍ଚାୟତ ବଳିଆ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri