ଜେଇଇ(ଆଡଭାନ୍ସଡ)ରେ ଆକାଶ ବାଇଜୁସର ବାଜିମାତ

ଭୁବନେଶ୍ୱର,୧୯।୬: ଦେଶର ପ୍ରମୁଖ ଘରୋଇ କୋଚିଂ ସେଣ୍ଟର ତଥା ଟେଷ୍ଟ ପ୍ରସ୍ତୁତି କ୍ଷେତ୍ରରେ ଜାତୀୟ ସ୍ତରର ଅଗ୍ରଣୀ ଅନୁଷ୍ଠାନ ଆକାଶ ବାଇଜୁସ ଚଳିତ ବର୍ଷର ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସଡ ୨୦୨୩ରେ ବାଜିମାତ କରିଛି। ଏପରିକି ଶ୍ରେଷ୍ଠ ୧୦୦ ସ୍ଥାନରେ ଆକାଶ ବାଇଜୁସର ୧୭ ଜଣ ଛାତ୍ରୀଛାତ୍ର ସ୍ଥାନ ପାଇଛନ୍ତି। ଉଲ୍ଲେଖଯୋଗ୍ୟ ରବିବାର ଆଇଆଇଟି ଗୁଆହାଟୀ ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସଡ ୨୦୨୩ର ଫଳାଫଳ ଘୋଷଣା କରାଯାଇଛି। ଉକ୍ତ ଫଳାଫଳ ଅନୁଯାୟୀ ଆକାଶ ବାଇଜୁସର ଭୁବନେଶ୍ୱର ସେଣ୍ଟରରୁ ୪ ଛାତ୍ରୀଛାତ୍ର ଜେଇଇ(ଆଡଭାନ୍ସଡ)ରେ ବେଶ ପ୍ରଭାବୀ ପ୍ରଦର୍ଶନୀ ସହ ପ୍ରତିଷ୍ଠାନକୁ ଗର୍ବିତ କରିବା ସହିତ ସେମାନଙ୍କର ପିତାମାତା ଏବଂ ପ୍ରତିଷ୍ଠାନର ସମସ୍ତ କର୍ମଚାରୀଙ୍କୁ ଗର୍ବିତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ସେଣ୍ଟରର ଶ୍ରେଷ୍ଠ ସ୍କୋରଧାରୀ ମଧ୍ୟରେ ଅଲିଭ ସାହୁ ଏଆଇଆର ୩୨୬ ହାସଲ କରିଥିବାବେଳେ ପ୍ରତ୍ୟୁଷ ସ୍ବାଇଁ ଏଆଇଆର ୪୩୯ ଏବଂ ପ୍ରିୟଙ୍କା ସର ଏଆଇଆର ୬୨୧ ଓ ବରୁଣ ମିଶ୍ର ଏଆଇଆର ୯୮୧ ର଼୍ୟାଙ୍କ ହାସଲ କରିଛନ୍ତି।
ଏ ସମ୍ପର୍କରେ ଆକାଶ ଏଜୁକେଶନାଲ ସର୍ଭିସେସ ଲିମିଟେଡ (ଏଇଏସଏଲ)ର ରିଜିଓନାଲ ଡାଇରେକ୍ଟର ଅଜୟ ବାହାଦୁର ସିଂ କହିଛନ୍ତି, ଚଳିତ ଥରର ସଫଳ ଛାତ୍ରୀଛାତ୍ରଙ୍କୁ ସେମାନଙ୍କର ଅନନ୍ୟ ସଫଳତା ପାଇଁ ଅଭିନନ୍ଦନ ଜଣାଉଛୁ। ଏପରିକି ସେମାନଙ୍କ ସଫଳତା ସେମାନଙ୍କ କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ପ୍ରୟାସ ତଥା ସେମାନଙ୍କ ପିତା ମାତାଙ୍କର ସମର୍ଥନକୁ ପ୍ରତିପାଦିତ କରୁଛି। ବିଶେଷ କରି ଆମେ ସେମାନଙ୍କୁ ସେମାନଙ୍କର ଭବିଷ୍ୟତ ପ୍ରୟାସଗୁଡିକ ନିମନ୍ତେ ସର୍ବକୁଶଳତା କାମନା କରୁଛୁ। ଉଲ୍ଲେଖଯୋଗ୍ୟ, ସମଗ୍ର ଦେଶରୁ ୧.୮ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ଜେଇଇ (ଆଡଭାନ୍ସଡ)୨୦୨୩ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

CSKର ମୁଖ୍ୟ କୋଚ ହେବା ପରେ ଆସିଲା ଜାହିର ଖାନଙ୍କ ପ୍ରତିକ୍ରିୟା: କହିଲେ…

ନୂଆଦିଲ୍ଲୀ,୨୨।୯: ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ ଭାବରେ ନିଯୁକ୍ତ ହେବା ପରେ ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।…

ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ବଡ଼ ଝଟକା; ଆମେରିକୀୟ ସର୍ଭେରୁ ସାମ୍ନାକୁ ଆସିଲା ଚକିତ କଲାଭଳି ତଥ୍ୟ

ଓ୍ବାଶିଂଟନ,୨୨।୯: ଆମେରିକା-ଇରାନ ସଂଘର୍ଷ ଏବଂ ମଧ୍ୟ-ପୂର୍ବରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଦେଶ ଭିତରେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପିଇଓଙ୍କ ବାସଭବନରେ ଭିଜିଲାନ୍ସର ତନାଘନା

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବାସଭବନରେ ଭିଜିଲାନ୍ସ…

Asian Games: ପ୍ରଥମ ସେଟ ଜିତିବା ପରେ କ୍ୱାର୍ଟର ଫାଇନାଲରେ ପ୍ରଶଂସକଙ୍କୁ ନିରାଶ କଲେ ପି.ଭି. ସିନ୍ଧୁ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ମହିଳା ବ୍ୟାଡମିଣ୍ଟନ ଦଳଗତ କ୍ୱାର୍ଟର ଫାଇନାଲରେ, ଭାରତୀୟ ଦଳ ଜାପାନ ବିପକ୍ଷ ପ୍ରାରମ୍ଭିକ ମ୍ୟାଚରେ ପରାଜିତ ହୋଇଛି। ୟାମାଗୁଚିଙ୍କ ବିପକ୍ଷ ମୁକାବିଲାରେ…

ହସ୍ପିଟାଲରେ ନିଆଁ, ଜଣେ ଶିଶୁ ମୃତ, ୨୮ ଉଦ୍ଧାର

ଆଦିଲାବାଦ,୨୨।୯: ତେଲଙ୍ଗାନାର ଆଦିଲାବାଦ ସ୍ଥିତ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (RIMS) ହସ୍ପିଟାଲର ଶିଶୁ ବିଭାଗରେ ନିଆଁ ଲାଗିବା ଫଳରେ ଏକ ନବଜାତ ଶିଶୁର…

ଗଣମାଧ୍ୟମ ସହ ବିବାଦ ମଧ୍ୟରେ ବଡ଼ ପଦକ୍ଷେପ ନେଲେ ଟ୍ରମ୍ପ, ଲଞ୍ଚ କଲେ ନିଜର TV ଚ୍ୟାନେଲ

ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଜଡ଼ିତ ‘ଟ୍ରମ୍ପ ଟିଭି’ (Trump TV) ବର୍ତ୍ତମାନ ଲାଇଭ ଷ୍ଟ୍ରିମିଂ ସୁବିଧା ଯୋଗାଇବ। ଏହି ପ୍ଲାଟଫର୍ମ ସପ୍ତାହର ସାତୋଟି…

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

UPI Charges: ୟୁପିଆଇକୁ ନେଇ ବଡ଼ କଥା କହିଲେ ଅର୍ଥମନ୍ତ୍ରୀ ସୀତାରାମଣ

ନୂଆଦିଲ୍ଲୀ,୨୨।୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ UPI ପାଇଁ ଲାଗୁ ହେବାକୁ ଥିବା ନୂତନ ‘ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ସମ୍ବନ୍ଧୀୟ ସ୍ଥିତିକୁ ସ୍ପଷ୍ଟ କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?