ମିକାଙ୍କ ହୃଦୟ ଜିତିଲେ ଆକାଂକ୍ଷା, ସାଜିବେ ବଧୂ

ମୁମ୍ବାଇ: ଛୋଟପରଦାର ଅଭିନେତ୍ରୀ ଆକାଂକ୍ଷା ପୁରୀ ପ୍ରସିଦ୍ଧ ପଞ୍ଜାବୀ ଗାୟକ ମିକା ସିଂଙ୍କ ହୃଦୟ ଜିତିଛନ୍ତି। ମିକାଙ୍କ ସ୍ବୟଂମ୍ବର ଶୋ’ ‘ମିକା ଦି ବୋତି’ର ବିଜେତା ହୋଇଛନ୍ତି ଆକାଂକ୍ଷା। ମିକାଙ୍କ କନ୍ୟା ହେବାକୁ ଏହି ଦୌଡ଼ରେ ୧୨ ଜଣ ଯୁବତୀ ଅଂଶଗ୍ରହଣ କରିଥିଲେ। କିନ୍ତୁ ମିକାଙ୍କ ହୃଦୟ ତାଙ୍କ ପୁରୁଣା ବନ୍ଧୁ ଏବଂ ଶୋ’ର ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି ଆସିଛି ଆକାଂକ୍ଷାଙ୍କ ଉପରେ। ଏହି ସ୍ବୟଂମ୍ବରରେ ଶେଷ ପର୍ଯ୍ୟନ୍ତ ପଞ୍ଜାବର ନୀତୁ ମହଲ, ବଙ୍ଗଳାର ପ୍ରାନ୍ତିକା ଦାସ ଏବଂ ଆକାଂକ୍ଷା ଥିଲେ। ଶେଷରେ ମିକା ଆକାଂକ୍ଷାଙ୍କ ବେକରେ ବରଣମାଳା ପକାଇଛନ୍ତି।

ମିକା ସ୍ପଷ୍ଟ କରିଛନ୍ତି ଯେ, ସେ ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ଆକାଂକ୍ଷାଙ୍କ ସହିତ କ୍ୟାମେରା ବିନା କିଛି ସମୟ ବିତାଇବାକୁ ଚାହୁଁଛନ୍ତି।

ମିକାଙ୍କ ଏହି ସ୍ବୟଂମ୍ବରର ଫାଇନାଲ ସୋମବାର ଷ୍ଟାର ଭାରତରେ ପ୍ରସାରିତ ହେବ। ଯଦିଓ ହୋଷ୍ଟଷ୍ଟାରରେ ଏହି ଶୋ’ର ଫାଇନାଲ ଆଜି ସକାଳେ ପ୍ରସାରିତ ହୋଇଛି। ଅତୀତରେ ମିକା ଏବଂ ଆକାଂକ୍ଷାଙ୍କ ଘନିଷ୍ଠତାକୁ ନେଇ ବହୁ ଚର୍ଚ୍ଚା ହୋଇଥିଲା। ଏହି ଶୋ’ ପୂର୍ବରୁ ମଧ୍ୟ ସେମାନଙ୍କ ବିବାହ ଖବର ଚର୍ଚ୍ଚାକୁ ଆସିଥିଲା।

Share