Video: ମଝି ରାସ୍ତାରେ ବନ୍ଧୁକରୁ ୭ ରାଉଣ୍ଡ ଫାୟାରିଂ କଲେ ଯୁବତୀ; ଭାଇରାଲ ଭିଡିଓର ତଦନ୍ତ କରି ଚକିତ ହେଲା ପୋଲିସ

ରାଜସ୍ଥାନର ଅଜମେରରେ ଜଣେ ଯୁବତୀ ହାତରେ ବନ୍ଧୁକ ଧରି ଗୁଳି ଚଳାଇବାର ଭିଡିଓ ଭାଇରାଲ ହୋଇଥିଲା। ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରିବା ପରେ ପୋଲିସ ଆକ୍ସନ ମୁଡ୍‌କୁ ଆସିଥିଲା। ଏହି ଘଟଣାରେ ପୋଲିସ ଶିବାନୀ ନାମକ ଜଣେ ଯୁବତୀଙ୍କୁ ଗିରଫ କରିଥିଲା। ତେବେ ଗିରଫ ହେବା ପରେ ସେ ଯାହା କହିଲେ ପୋଲିସ ଚକିତ ହୋଇଛି। କାରଣ ଭିଡିଓ ଲାଗି ବ୍ୟବହୃତ କରିଥିବା ବନ୍ଧୁକଟି ନକଲି ହୋଇଥିବା ବେଳେ ସେ ଏହାକୁ ଆମାଜନରୁ କିଣିଥିବା କହିଛନ୍ତି।

ସାଇବର କ୍ରାଇମ ୟୁନିଟ ସହାୟତାରେ ଖ୍ରୀଷ୍ଟିଆନ ଗଞ୍ଜ ପୋଲିସ ଷ୍ଟେସନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଶିବାନୀଙ୍କୁ ଟ୍ରାକ କରିଥିଲା। ଧରାପଡ଼ିବା ପରେ ସେ ଅଜମେରର ବାଲୁପୁର ବାସିନ୍ଦା ବୋଲି ଜଣା ପଡିଥିଲା। ଗିରଫ ହେବା ପରେ ଶିବାନୀଙ୍କୁ ପଚରାଉଚରା କରାଯାଇଥିଲା ଏବଂ ଭିଡିଓରେ ବ୍ୟବହୃତ ଅସ୍ତ୍ର ପ୍ରକୃତରେ ପ୍ରକୃତ ବନ୍ଧୁକ ନୁହେଁ ବୋଲି ଜଣାପଡିଛି।

ଗିରଫ କରାଯିବା ପରେ ଶିବାନୀଙ୍କୁ ଏଡିଏମ୍‌ ସିଟିଙ୍କ ନିକଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ୨୦୦୦୦ ଟଙ୍କା ଦେୟରେ ଜାମିନ ମିଳିଛି।

Share