କରୋନାରେ ଅଜିତ୍‌ ସିଂଙ୍କ ପରଲୋକ…

ନୂଆଦିଲ୍ଲୀ,୬।୫: ରାଷ୍ଟ୍ରୀୟ ଲୋକଦଳ ମୁଖ୍ୟ ତଥା ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ଚୌଧୁରୀ ଅଜିତ୍‌ ସିଂଙ୍କର ଗୁରୁବାର ସକାଳ ୬ଟାରେ ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଗତ ମଙ୍ଗଳବାର ରାତ୍ରରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଗୁରୁଗ୍ରାମ୍‌ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଜିତ୍‌ଙ୍କ ପୁତ୍ର ଜୟନ୍ତ ଚୌଧୁରୀ ଟୁଇଟ୍‌ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି। ଏପ୍ରିଲ୍‌ ୨୦ରେ ଅଜିତ୍‌ଙ୍କ ନମୁନା କରୋନା ପଜିଟିଭ୍‌ ଆସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଶୋକ ପ୍ରକାଶ କରିଛନ୍ତି। ୧୯୩୯ ଫେବୃୟାରୀ ୧୨ରେ ସେ ମିରଟଠାରେ ଜନ୍ମଗ୍ରହଣ କରିଥିଲେ। ରାଜନୈତିକ ଜୀବନରେ ସେ ବାଗପତ୍‌ରୁ ୭ ଥର ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ।

Share